ସ୍ତ୍ରୀକୁ ଦେଖା କରିବାକୁ କିଡନୀ ବିକିବ ସ୍ୱାମୀ, ରାସ୍ତା ସାରା ମାରିଛି ପୋଷ୍ଟର୍: ଟଙ୍କା ପାଇଁ ୫ ବର୍ଷ ହେଲା ଶ୍ୱଶୁର ଘର ଦେଉଛନ୍ତି ନିର୍ଯାତନା

Published By : Prameya-News7 Bureau | September 13, 2021 IST

ବିହାର ୧୩/୦୯: ବିହାରର ରାଜଧାନୀ ପାଟନାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକ ତାଙ୍କ କିଡନୀ ବିକ୍ରୟ କରିବା ପାଇଁ ହାତରେ ପୋଷ୍ଟର ଧରି ପାଟନା ରାସ୍ତାରେ ବୁଲୁଛନ୍ତି ଏବଂ କିଡନୀ ନିଅ...କିଡନୀ ନିଅ ପାଟି କରି ଡାକୁଛନ୍ତି।

ପୋଷ୍ଟର ଲଗାଇ କିଡନୀ ବିକ୍ରି କରିବା ଏହା ଦେଶରେ ପ୍ରଥମ ଘଟଣା। ଏଥିପାଇଁ ଯୁବକ ତାଙ୍କ ଶ୍ୱଶୁରଘର ଲୋକଙ୍କୁ ଦାୟୀ କରୁଛନ୍ତି। ପାଟନାରେ ରହୁଥିବା ଯୁବକଙ୍କ ନାମ ସଞ୍ଜୀବ କୁମାର। ସେ ଅଭିଯୋଗ କରିଛନ୍ତି ଯେ ଶ୍ୱଶୁରଘର ଲୋକେ ତାଙ୍କୁ ପାଞ୍ଚ ବର୍ଷ ହେବ ତାଙ୍କ ପତ୍ନୀଙ୍କ ସହ ଭେଟିବାକୁ ଦେଉ ନାହାଁନ୍ତି। ଯେତେବେଳେ ବି ସେ ତାଙ୍କୁ ଭେଟିବାକୁ ଯାଉଛନ୍ତି, ଶ୍ୱଶୁରଘର ଲୋକେ ତାଙ୍କୁ ମାଡ଼ ମାରି ଟଙ୍କା ଦାବି କରୁଛନ୍ତି। ଏପରିକି ପ୍ରଶାସନ ମଧ୍ୟ ତାଙ୍କୁ ସାହାଯ୍ୟ କରୁନାହିଁ, ଯେଉଁଥିପାଇଁ ସେ ସଂପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଶେଷରେ ସେ ବାଧ୍ୟ ହୋଇ କିଡନୀ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଡନୀ ବିକ୍ରୟରୁ ଯେଉଁ ଟଙ୍କା ପାଇବେ ତାହାକୁ ଶ୍ୱଶୁରଘରକୁ ଦେଇ ପତ୍ନୀଙ୍କ ସହ ଦେଖା ପାଇବେ। ଯଦି ଏହା ଦ୍ୱାରା ସମସ୍ୟାର ସମାଧାନ ନହୁଏ ତେବେ ସେ ନିଜ ଜୀବନ ଦେଇଦେବେ ବୋଲି କହିଛନ୍ତି।

ଯୁବକ ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖିଛନ୍ତି ଯେ ଏହି କିଡନୀକୁ ପତ୍ନୀଙ୍କ ପାଇଁ ବିକ୍ରି କରୁଛି। ପୋଷ୍ଟରରେ ଲାଲ ଅକ୍ଷରରେ ଲେଖାଯାଇଛି ଯେ ବ୍ଲାକମେଲର୍ ଶାଶୁ-ଶ୍ୱଶୁର, ପତ୍ନୀ ଏବଂ ଶଳାଙ୍କ କାରଣରୁ କିଡନୀ ବିକ୍ରି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.