୮ବର୍ଷର ପ୍ରେମକୁ ପାଇବା ପାଇଁ ଧାରଣାରେ ବସିଥିଲେ ଯୁବକ : ଅବସ୍ଥା ଶୋଚନୀୟ ହେବାରୁ ଯୁବକଙ୍କ ପାଖକୁ ଧାଇଁ ଆସି ବିବାହ କଲେ ଗାର୍ଲଫ୍ରେଣ୍ଡ

Published By : Prameya-News7 Bureau | June 04, 2019 IST

ନୂଆଦିଲ୍ଲୀ ୪/୬: ପଶ୍ଚିମ ବଙ୍ଗ ରାଲି,ପ୍ରଶେସନ ଏବଂ ଧାରଣା ପାଇଁ ଜଣା ଯାଏ। ପଶ୍ଚିମ ବଙ୍ଗରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ହେଉଥିବା ଧସ୍ତାଧସ୍ତି ମଧ୍ୟରେ ଏକ ଏପରି ଖବର ସାମନାକୁ ଆସିଛି। ଏହି ଘଟଣା ପୁଣି ଥରେ ଏହି କଥାକୁ ପ୍ରମାଣିତ କରିଛି ଯେ, ପ୍ରେମ ଯଦି ସଚ୍ଚୋଟ ଥିବ ତେବେ ଈଶ୍ବର ମଧ୍ୟ ଏହାକୁ ସଫଳ କରିବାକୁ ସାହାଯ୍ୟ କରିଥାଆନ୍ତି।

ପଶ୍ଚିମ ବଙ୍ଗରେ ମୁଖ୍ୟ ରୂପରେ ରାଜନୀତିକ କିମ୍ବା ସାମାଜିକ ଗତିବିଧି ଦେଖାଯାଇଥାଏ,ଯେଉଁଠାରେ ବ୍ୟକ୍ତି ସମୂହ ଧାରଣା କିମ୍ବା ପ୍ରଶେସନ କରି ନିଜ ଦାବି କିମ୍ବା ଖବର ପହଞ୍ଚାଇଥାଆନ୍ତି। କିନ୍ତୁ ପ୍ରେମ ପାଇବା ପାଇଁ ଧାରଣା ଏବଂ ଉପବାସ ବୋଧେ ଆପଣ କେବେ ଶୁଣିନଥିବେ। ଠିକ୍ ଏହିପରି ଏକ ଘଟଣା ଘଟିଛି ପଶ୍ଚିମ ବଙ୍ଗର ଧୁପଗୁଡ଼ିରେ।

ଅନନ୍ତ ବର୍ମନ ନାମକ ଜଣେ ଯୁବକ ଗତ ୮ବର୍ଷରୁ ଲିପିକା ନାମକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ହଠାତ୍ କଥାବାର୍ତ୍ତା ବନ୍ଦ ହୋଇ ଯାଇଥିଲା। ହ୍ବାଟସଆପ୍ ଏବଂ ଅନ୍ୟ ସୋଶିଆଲ ମିଡିଆରେ ମଦ୍ୟ ସେ ଲିପିକାଙ୍କ ସହ ଯୋଗାଯୋଗ କରି ପାରୁନଥିଲେ। ଅନନ୍ତ ତାଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ। ଅନନ୍ତ ଜାଣିବାକୁ ପାଇଥିଲା ଯେ ଲିପିକାଙ୍କ ବିବାହ ତାଙ୍କ ପରିବାର ଲୋକେ ଅନ୍ୟ ଯାଗାରେ ଠିକ୍ କରି ଦେଇଥିଲେ। ଏଥିପାଇଁ ଲିପିକା ତାଙ୍କଠୁ ଦୂରେଇ ଯାଇଥିଲେ।

ଅନନ୍ତ ଏକଥା ଜାଣି ପାରିଥିଲେ ଯେ ଲିପିକାଙ୍କୁ ପାଇବା ପାଇଁ ତାଙ୍କ ପାଖରେ ବହୁତ କମ୍ ସମୟ ରହିଛି। ଏଥିପାଇଁ ସେ ତାଙ୍କ ପ୍ରେମକୁ ପାଇବା ପାଇଁ ଲିପିକାଙ୍କ ଘର ସାମନାରେ ଅନଶନରେ ବସି ଯାଇଥିଲେ। ଦେଖୁ ଦେଖୁ ଲୋକେ ଅନନ୍ତଙ୍କୁ ସମର୍ଥନ କରିଥିଲେ। ଏହି ସମୟରେ ଲିପିକାଙ୍କୁ ବିବାହ କରୁଥିବା ପରିବାର ମଧ୍ୟ ସେଠାରେ ପହଞ୍ଚିଥିଲେ।

ପୋଲିସ୍ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲେ। କିନ୍ତୁ ଏପରି ପରିସ୍ଥିତିରେ ଅନନ୍ତଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଅନନ୍ତଙ୍କ ଏପରି ଅବସ୍ଥା ଦେଖି ଲିପିକା ମଧ୍ୟ ତାଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଉଭୟଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇଯାଇଥିଲେ। ଏହାପରେ ସେମାନେ ସ୍ଥାନୀୟ ମନ୍ଦିରରେ ସବୁ ରୀତିନୀତିରେ ବିବାହ କରିଥିଲେ। ପୂରା ପଶ୍ଚିମ ବଙ୍ଗରେ ଅନନ୍ତ-ଲିପିକାଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି।

{"id":119482,"width":596,"height":366}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.