ନାବାଳିକାଙ୍କ ସହ ଫୁସୁଲେଇ ବନ୍ଧୁତା କଲା ଯୁବକ, ନିଶା ଇଂଜେକସନ ଦେଇ କଲା ଦୁଷ୍କର୍ମ

Published By : Prameya-News7 Bureau | February 04, 2019 IST

ରାମନଗର ୪/୨- ନୈନିତାଲ ରାମନଗରରେ ଘଟିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ନିଶା ଇଂଜେକସନ ଦେଇ ଦୁଷ୍କର୍ମ କରିଛି ଯୁବକ ।

ନାବାଳିକା ସ୍କୁଲ ଯିବା ରାସ୍ତାରେ ଯୁବକ ଅନେକଥର ବନ୍ଧୁତା କରିବାକୁ କହିଥିଲେ ବି ନାବାଳିକା ମନା କରିଥିଲେ । କିନ୍ତୁ ଫୁସୁଲେଇ ଯୁବକ ନାବାଳିକାଙ୍କ ସହ ବନ୍ଧୁତା କରିଥିଲା । ବନ୍ଧୁତା କରିବା ପରେ ନାବାଳିକାଙ୍କ ଘରକୁ ଯିବାଆସିବା କରୁଥିଲା । ଏହି ସମୟରେ ନାବାଳିକାକୁ ପ୍ରେମ ନିବେଦନ କରିଥିଲା । ନାବାଳିକା ଯୁବକଙ୍କ କଥାରେ ରାଜି ହୋଇ ନଥିଲେ ।

ଶେଷରେ ଯୁବକ ନିଶା ଇଂଜେକସନ ଦେଇ ଦୁଷ୍କର୍ମ କରିଥିଲା । ଏହି ଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ଧମକ ଦେଇ ଦୁଇ ବର୍ଷ ହେଲା ଶାରୀରିକ ସଂପର୍କ ରଖିଆସୁଥିଲା ବୋଲି ପରିବାର ଲୋକ ଥାନାରେ ଦେଇଛନ୍ତି ଏତାଲା ।

ନାବାଳିକାଙ୍କୁ ବିଭିନ୍ନ ସମୟରେ ଯୌନ ନିର୍ଯ୍ୟାତନା ଦେବା କଥା ପରିବାର ଲୋକ କହିଛନ୍ତି । ପୋଲିସ ଏହି ଘଟଣାରେ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.