ସ୍ମାର୍ଟ ଏରାରେ ଶସ୍ତା ଜୀବନ: ଡିଜିଟାଲ ଗେମ୍ ଖେଳିବା ବେଳେ କେମିକାଲକୁ ପାଣି ଭଳି ପିଇ ଦେଲେ ଯୁବକ

Published By : Prameya-News7 Bureau | December 11, 2019 IST

ଗ୍ବାଲିୟର୧୧/୧୨: ପବ୍‌ଜୀ ଗେମ୍‌ ନେଲା ଜୀବନ। ଟ୍ରେନରେ ଯାତ୍ରା କରିବା ସମୟରେ କାନରେ ହେଡ୍‌ ଫୋନ ଲଗାଇ ଜଣେ ଯୁବକ ପବ୍‌ଜୀ ଗେମ୍‌ ଖେଳୁଥିଲେ। ପବ୍‌ଜୀ ଗେମ୍‌ରେ ଯୁବକ ଏତେ ମାତ୍ରାରେ ମଜି ଯାଇଥିଲେ ପାଣି ବଦଳରେ କେମିକାଲ ପିଇ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଗ୍ବାଲିୟରରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗ୍ବାଲିୟର ଚନ୍ଦ୍ରବନୀ ଅଞ୍ଚଳର ବାସିନ୍ଦା ସୌରଭ ଏକ ଫାର୍ମରେ କାମ କରନ୍ତି। କୌଣସି ଏକ କାମରେ ସୌରଭ ଓ ତାଙ୍କ ସାଙ୍ଗ ସନ୍ତୋଷ ଟ୍ରେନରେ ଆଗ୍ରା ଯାଉଥିଲେ। ସୌରଭ ତଳ ସିଟ୍‌ରେ ଓ ତାଙ୍କ ସାଙ୍ଗ୍‌ ସନ୍ତୋଷ ଉପର ସିଟ୍‌​‌ରେ ବସି ପବ୍‌ଜୀ ଗେମ୍‌ ଖେଳୁଥିଲେ।

ମୃତ ସୌରଭଙ୍କ ସାଙ୍ଗ ସନ୍ତୋଷଙ୍କ କହିବା ଅନୁସାରେ ଦୁଇଜଣ ପବ୍‌ଜୀ ଗେମ୍ ଖେଳୁଥିଲେ। ଖେଳିବା ସମୟରେ ସୌରଭ୍‌ଙ୍କୁ ଶୋଷ ଲାଗିଥିଲା। ସେ ପବ୍‌ଜୀ ଖେଳରେ ପୁରା ମଜି ଯାଇଥିଲେ। ବ୍ୟାଗରୁ ପାଣି ବୋତଲ କାଢ଼ିବା ବଦଳରେ ସିଲ୍‌ଭର କ୍ଳିନିର ପାଇଁ ବ୍ୟାଗ୍‌ରେ ଥିବା କେମିକାଲ ବୋତଲକୁ ପାଣି ଭାବି ସୌରଭ ପିଇ ଦେଇଥିଲେ। ଅଚାନକ ଟ୍ରେନରେ ସୌରଭ୍‌ ବାନ୍ତି କରିବା ଆରମ୍ଭ କରି ଦେଇଥିଲେ। ଏମିିତି ୪୫ ମିନିଟ ବାନ୍ତି ହେବା ପରେ ସୌରଭ୍‌ଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.