ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଦୁଇ ବର୍ଷ ହେଲା ଲିଙ୍ଗ ବଦଳାଇ ରହୁଥିଲେ କିନ୍ନରଙ୍କ ସହ

Published By : Prameya-News7 Bureau | January 04, 2020 IST

ସୁରତ ୪/୧୨: ବେସୁର ଏସଏମସି ଆବାସରେ ଗତ ବୁଧବାର ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ୨ବର୍ଷ ତଳୁ ଲିଙ୍ଗ ବଦଳି କିନ୍ନରଙ୍କ ସହ ରହୁଥିଲେ। ବୁଧବାର ସେ ନିଜ ଭାଇଙ୍କ ଝିଅଙ୍କୁ ଲୁଗା ଦେବାକୁ ଏବଂ ପରିବାର ଲୋକଙ୍କୁ ଦେଖା କରିବାକୁ ଆସିଥିଲେ। ଏହି ସମୟରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ଜଣା ପଡ଼ିବାରୁ ପୋଲିସ୍ ପହଞ୍ଚିଥିଲା। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ବେସୁର ଏସଏମସିରେ ରହୁଥିବା ୧୮ବର୍ଷ ବୟସ୍କ କଳ୍ପେଶ ବୁଧବାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମାଆ ସଞ୍ଜୁ ପରମାର କହିଛନ୍ତି ଯେ ୪ସନ୍ତାନଙ୍କ ମଧ୍ୟରୁ କଳ୍ପେଶ ଦ୍ବିତୀୟ ନମ୍ବରରେ ଥିଲେ। କଳ୍ପେଶ ନବମ ଶ୍ରେଣୀ ଯାଏଁ ପଢ଼ିବା ପରେ ଲିଙ୍ଗ ବଦଳି କିନ୍ନରଙ୍କ ସହ ରହୁଥିଲେ। ସେ ତାଙ୍କ ନାଁ ବଦଳି କଳ୍ପନା ରଖିଥିଲେ।

କଳ୍ପେଶଙ୍କ ମୃତ୍ୟୁ ପରେ ପରିବାର ଏବଂ କିନ୍ନର ସମାଜରେ ଶୋକର ଛାୟା ଖେଳିଯାଇଛି। ଦୁଇ ବର୍ଷ ମଧ୍ୟରେ କଳ୍ପେଶ କିନ୍ନରଙ୍କ ସହ ୪/୫ଥର ପଞ୍ଜାବ,ନାଦିଆଦ,ଗଙ୍ଗାପୁର ଏବଂ ରାଜପିପଲାରେ ଆୟୋଜିତ କିନ୍ନର ସମ୍ମିଳନୀରେ ସାମିଲ ହୋଇ ସାରିଛନ୍ତି। ସବୁବେଳେ ଖୁସିରେ ରହୁଥିବା କଳ୍ପେଶ କାହିଁକି ଆତ୍ମହତ୍ୟା କଲେ ଏକଥା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କଥାକୁ ନେଇ ପରିବାର ଏବଂ କିନ୍ନର ସମାଜରେ ଲୋକେ ଅତ୍ୟନ୍ତ ଦୁଃଖୀ। ପୋଲିସ୍ ମାମଲା ରୁଜୁ କରି ମୃତ୍ୟୁର କାରଣ ତଦନ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.