Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଯୁବତୀର ଏସିଡ୍‌ ମାଡ଼ରେ ଯୁବକ ଗୁରୁତର, ପୋଲିସ ଖୋଲିଲା ଗୁମର

28/01/2020 at 5:34 PM

ଉନ୍ନାଓ୨୮/୧: ଉନ୍ନାଓରେ ଘଟିଲା ପୁଣି ଅଘଟଣ। ଅଧିକାଂଶ ସମୟରେ ମହିଳା ଓ ଯୁବତୀଙ୍କ ଉପରକୁ ଏସିଡ୍ ମାଡ଼ ଘଟଣା ଶୁଣିଥିବେ। କିନ୍ତୁ ଏଥର କୌଣସି ଯୁବତୀଙ୍କ ଉପରେ ଏସିଡ୍ ମାଡ଼ ହୋଇ ନାହିଁ। ବରଂ ଯୁବତୀର ଏସିଡ୍‌ ମାଡ଼​‌ରେ ଜଣେ ଯୁବକ ଗୁରୁତର ହୋଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୋରଓ୍ବା ଥାନା ଅଞ୍ଚଳର ଗୋହନାମାଉ ଗାଁର ଯୁବତୀ ୨୫ ବର୍ଷ ବୟସ୍କ ମହାଦେବ ଯାଦବ ନାମକ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼ କରିଛି। ସମ୍ପୂର୍ଣ୍ଣ ଯୋଜନାବନ୍ଧ ଭାବେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲା ଯୁବତୀ। ଘଟଣାସ୍ଥଳରେ ଯୁବକ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଓ ତାଙ୍କ ପରିବାର ଲୋକ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମହାଦେବଙ୍କୁ ଲକ୍ଷ୍ମୌର ଟ୍ରମା ସେଣ୍ଟରେ ରଖାଯାଇଛି।

ପୋଲିସ୍‌ର ସୂଚନା ଅନୁସାରେ ପୂର୍ବ ପ୍ରେମ ସଂପର୍କକୁ କେନ୍ଦ୍ର କରି ଯୁବତୀ  ଏସିଡ୍ ମାଡ଼ କରିଥିଲା। ତେଣୁ ଅଧିକ ସୂଚନା ପାଇଁ ସଂପୃକ୍ତ ଯୁବତୀକୁ ପଚରାଉଚାର ଜାରି ରହିଛି। ତେବେ ପ୍ରେମ ସଂପର୍କରୁ ଏମିତି ଅଭାବନୀୟ ଘଟଣା ଘଟିଥିବା ପୋଲିସ୍ କହିଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। କୌଣସି କାରଣରୁ ଉଭୟଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା। ପ୍ରତିଶୋଧ ନେବା ପାଇଁ ଯୁବତୀ ଷଡ଼ଯନ୍ତ୍ର କରିଥିଲା। ଯୁବକ ଜଣକ ବାଟରେ ଯିବା ସମୟରେ ଯୁବତୀ ଏସିଡ୍ ମାଡ଼ କରିଥିଲା।

   Related Posts