ନାବାଳିକା ଆଦିବାସୀ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଥିବା ଯୁବକ ଗିରଫ

Published By : Prameya-News7 Bureau | March 03, 2021 IST

ରାଇରଙ୍ଗପୁର, ୩/୩: ମୟୁରଭଞ୍ଜ ଜିଲ୍ଲା ବାମାନଘାଟି ଅଞ୍ଚଳରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ଵୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଲାଗୁଛି ଯେପରି ଆଇନ ପ୍ରତି ଅପରାଧୀଙ୍କର ଡର ନାହିଁ । ଏପରି ଏକ ଲଜ୍ଜାକର ଘଟଣା ଗୋରୁମହିଷାଣି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ସରଗୋଡାରେ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିଲା । ଏହାର ଠିକା ନେଇଥିବା ଠିକାଦାରଙ୍କ ପାଖରେ ସୁପର ଭାଇଜର ଭାବରେ କାମ କରୁଥିବା ଜୈନିକ ଯୁବକ ଗତ ୧୦ ତାରିଖ ଝୁମକା ପାହାଡ଼ିରେ ହୋଉଥିବା ଖେଳ ଦେଖିବାକୁ ଯାଇଥିବାଜଣେ ଆଦିବାସୀ ନାବାଳିକା ସହିତ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଥିଲା।

ଦୁଷ୍କର୍ମ ପରେ ଅଭିଯୁକ୍ତ ଯୁବକ ଫେରାର ହୋଇ ଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିଲା । ଅଭିଯୁକ୍ତ ଯୁବକ ଯୋଶୀପୁରରେ ନିଜର ଜଣେ ସମ୍ପର୍କୀୟ ଘରେ ରହୁଥିବା ଖବର ପାଇ ଗୋରୁମହିଷାଣି ପୁଲିସ ଯୋଶୀପୁର ଯାଇଥିଲା । ସେଠାରୁ ଅଭିଯୁକ୍ତ ଯୋଶୀପୁର ବଜାରରେ ବୁଲୁଥିବା ବେଳେ ପୋଲିସ୍‌ ଗିରଫ କରିଥିଲା । ଅଭିଯୁକ୍ତ ଯୁବକର ନାମ ସବନମ ସାହୁ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.