ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Published By : Prameya-News7 Bureau | January 08, 2021 IST

ପାଟଣା ୦୮।୦୧:  ନାବାଳିକାଙ୍କୁ ଅପହରଣ କରିବା ଓ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଯୁବକକୁ ପଡିଲା ମହଙ୍ଗା। ଶେଷରେ ଧରା ପଡିଲେ ପୋଲିସ ହାତରେ। ଏହି ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ପ୍ରଧାନପଡା ଗାଁରେ ଘଟିଛି। ଅଭିଯୁକ୍ତ ଯୁବକ ବିକାଶ ଦେହୁରୀଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ ଉକ୍ତ ଯୁବକ ଜୈନକ ନାବାଳିକାକୁ ଭଲ ପାଉଥିଲେ। ବିବାହର ପ୍ରଲୋଭନ ଦେଖାଇ  ନାବାଳିକାକୁ ଗତ ୨୦ ଡିସେମ୍ବର  ଦିନ  ନେଇ ଫେରାର ହୋଇ ଯାଇଥିଲା। ଏନେଇ ନାବଳିକାଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୋଲିସ ୧୯୯/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ପୋଲିସ ଛାନଭିନ୍ କରି ଯୁବକ ବିକାଶ ଦେହୁରୀଙ୍କୁ ପ୍ରଧାନପଡା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରି ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି। ଅପହରଣ କରିଥିବା ଯୁବକ ବିକାଶ ଦେହୁରୀଙ୍କ ନାମରେ ୬ ପସ୍କୋ ଆକ୍ଟରେ ମାମଲା ରୁଜୁ କରି ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.