Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନାବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

21/06/2020 at 9:44 PM


ନୀଳଗିରି,୨୧/୬: ବାଲେଶ୍ଵର ଜିଲ୍ଲା ବରମପୁର ଥାନା ଅଧିନ ମାଟିଆଳି ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି। ସୂଚନାରୁ ପ୍ରକାଶ କି ଗତ ମେ ମାସ ୨୫ ତାରିଖରେ ମାଟିଆଳି ପଂଚାୟତ ଅଧିନ ପଥରଗୁମୁରା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଘରେ ଶୋଇଥିବା ସମୟରେ ଭଉଁରିଆବାଡ଼ ପଂଚାୟତ ଅଧିନ ବିଟୁସାହି ଗ୍ରାମର ଶୁକୁରା ସିଂଙ୍କ ପୁଅ ଶିବ ସିଂ (୨୨) ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ବରମପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ୪୫ ନମ୍ବର ମାମଲା ରୁଜୁ ହୋଇଥିଲା।ପୋଲିସ ଅପହୃତ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ ଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts