ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | May 12, 2020 IST

ସୁବର୍ଣ୍ଣପୁର୧୨/୫: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବିଶାଲପାଲି ଗାଁର ଜଣେ ଯୁବକ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୯ ରେ ଗାଁ ର ସୁରେଶ ବୁଡା ଓ ଅନ୍ୟ ଜଣେ ଯୁବକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସୁରେଶ ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ ରାତିରେ ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ । ତେବେ ସକାଳୁ ଲୋକେ ଶୌଚ କରିବାକୁ ଯାଇଥିବା ବେଳେ ସୁରେଶଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖିଥିଲେ। ତୁରନ୍ତ ତାଙ୍କ ମୃତ ଦେହକୁ ଉଦ୍ଧାର କରି ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି । ଏ ନେଇ ସୁବଳୟା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.