ଚୋରା ମଦ ଚାଲାଣ ବେଳେ ଯୁବକ ଗିରଫ

Published By : Prameya-News7 Bureau | July 26, 2020 IST

ନୀଳଗିରି୨୫/୭: ଚୋରା ମଦ ଚାଲାଣ ବେଳେ ଯୁବକ ଗିରଫ। ମିଳିଥିବା ସୂଚନା ଅନୁସାରେ ମୋଟର ସାଇକେଲରେ ମଦ ନେଇ ଯିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ପାଟଶାଣୀପୁର ଗ୍ରାମର ପିତାମ୍ବର ନାମକ ଜଣେ ବ୍ୟକ୍ତି ଏକ ହିରୋହୋଣ୍ଡା ମୋଟର ସାଇକେଲରେ ଦେଶୀ ମଦ ଜବତ କରି ବରମପୁର ଅଂଚଳରୁ ଯାଇଥିବା ବେଳେ ନୀଳଗିରି ଅବକାରୀ ବିଭାଗର ଏକ ଟିମ୍ ହାବୁଡ଼ରେ ପଡିଯାଇଥିଲେ। ତାଙ୍କ ପାଖରୁ ୪୦ ଲିଟର ଦେଶୀ ମଦ ଓ ମୋଟର ସାଇକେଲ  ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।ଏନେଇ ୩୩ ନମ୍ବର ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.