Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଓଡ଼ିଆ ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଗିରଫ

11/06/2020 at 8:13 PM

ଭୁବନେଶ୍ବର୧୧/୬: ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନାଁ ନେଇ ଟଙ୍କା ଆଦାୟ ଅଭିଯୋଗ ପରେ ଜଣଙ୍କୁ ଗିରଫ କରିଛି ପୋଲିସ୍। ସବ୍ୟସାଚୀଙ୍କ ଅଭିଯୋଗ ପରେ କୋଏମ୍ବାଟୁରରୁ ଜଣେ ଓଡ଼ିଆ ଯୁବକଙ୍କୁ  ଗିରଫ କଲା ପୋଲିସ। କୋଏମ୍ବାଟୁର ପୋଲିସକୁ ରାଜ୍ୟ କମିଶନରେଟ ପୋଲିସ ଜଣାଇବା ପରେ ଯୁବକ ଜଣଙ୍କ ଗିରଫ ହୋଇଛି। ଏପଟେ ଗିରଫ ଯୁବକଙ୍କୁ ଓଡିଶା ଆଣି ଅଧିକ ତଦନ୍ତ କରିବ ବୋଲି କମିଶନରେଟ୍ ପୋଲିସ୍ କହିଛି।

କରୋନା ସକାଶେ ଲକଡାଉନ୍‌ରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ବହୁ ଲୋକଙ୍କୁ ସବ୍ୟସାଚୀ ସେମାନଙ୍କ ଘରକୁ ପଠାଇଛନ୍ତି। ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଓଡ଼ିଶା ଆଣିଥିଲେ ସବ୍ୟସାଚୀ।  ବସ୍ ଓ ଟ୍ରେନ ଯୋଗେ ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ସବ୍ୟ ସେମାନଙ୍କ ଘରକୁ ପଠାଇଛନ୍ତି। ଗୋଟେ ପଟେ ଲକ୍‌ଡାଉନ୍‌ରେ ଫସି ରହିଥିବା ଲୋକମାନଙ୍କୁ ବଲିଉଡ୍‌ର ସୋନୁ ସୁଦ୍‌ ସାହାଯ୍ୟ କରୁଥିବା ବେଳେ ଅନ୍ୟପଟେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଲକ୍‌ଡାଉନ୍‌ରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଛନ୍ତି।

   Related Posts