Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରି ଯୁବକ ଗିରଫ

23/09/2020 at 6:52 PM

ନିଶ୍ଚିନ୍ତକୋଇଲି୨୩/୯: ନାବାଳିକାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ଯୁବକ ଗିରଫ। କଟକ ଜିଲ୍ଳା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି।କେବଳ ଏହି ଘଟଣା ନୁହେଁ, ଗତକିଛି ଦିନ ହେବ ପ୍ରତ୍ୟେକ ଦିନ  କଟକ ଜିଲ୍ଲା ମାହାଙ୍ଗା ଥାନାରେ ଅପରାଧିକ କାର୍ଯ୍ୟକଳାପ ନୂଆ ଫର୍ଦ୍ଦ ଥାନା ଡାଏରୀ​‌​‌ରେ ଯୋଡି ହେଉଛି।

ଗତ ୧୭ ତାରିଖରେ ପ୍ରେମିକା ମାଡ଼ ମାରି କେନାଲରେ ଫିଙ୍ଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ପୋଡାମରାଇ ଗାଁରେ ଜଣଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଜଣେ ଶିକ୍ଷକ ଦୁଷ୍କର୍ମ ଘଟଣାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।

ଗତକାଲି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଂଚାୟତର ପୁରୁଷୋତ୍ତମପୁର ଗାଁ ଏକ ନାବାଳିକାଙ୍କ ନଗ୍ନ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ୍ କରି ରାତି ପ୍ରାୟ ୩ ଟା ବେଳେ ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଦୀପକ ନାୟକ। ନଗ୍ନ ଫଟୋ ଭାଇରାଲ ଘଟଣାରେ  ଆଉ କିଛି ଯୁବକଙ୍କ ସଂପୃକ୍ତି ଥିବା କୁହାଯାଉଛି।

   Related Posts