ଦୀର୍ଘ ଦୁଇମାସ ହେବ ମାଆ ଓ ଭଉଣୀଙ୍କ ଶବ ପାଖରେ ଶୋଇ ରହିଥିଲେ ଯୁବତୀ, କାହିଁକି କରିଥିଲେ ଏମିତି ଜାଣନ୍ତୁ

Published By : Prameya-News7 Bureau | November 08, 2019 IST

ଆଦର୍ଶ ନଗର ୮/୧୧:  ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ମାଆ ଓ ଭଉଣୀଙ୍କ ଶବ ସହ ଜଣେ ଯୁବତୀ ଦୁଇମାସ ହେଲା ଗୋଟିଏ ବନ୍ଦ କୋଠରି ରହୁଥିଲେ। ଘରରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସାମ୍ନାରେ ଯାହା ଦେଖି ଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। । ମାଆ ଓ ଭଉଣୀଙ୍କ କଙ୍କାଳ ପାଖରେ ଯୁବତୀ ଶୋଇ ରହିଥିଲେ। ଉତ୍ତରପ୍ରଦେଶର ଦେବ ଚୌକି ସ୍ଥିତ ଆଦର୍ଶ ନଗର ଅଞ୍ଚଳରେ ଥିବା କଲୋନୀରେ ଏଭଳି ଘଟଣା ଘଟିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୋଟିଏ  ପରିବାର ଦୁଇ ଭଉଣୀ ଓ ମାଆ ତିନିଜଣ ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେଥିଲାଗି କଲୋନୀ ଲୋକେ ଏହି ୩ଜଣଙ୍କ ସହ କଥା ହେଉ ନ ଥିଲେ। ଆଦର୍ଶ ନଗରରେ ଥିବା କଲୋନୀର ଏକ ଘର ଭିତରରୁ ଲଗାତର ଦୁଇ ମାସ ହେବ ଦୁର୍ଗନ୍ଧ ଆସୁଥିଲା। ଏ ନେଇ ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ। ପୋଲିସ ଆସି ଘର ଭିତରକୁ ଦୁଇଟି ଗଳିତ ଶବ ଉଦ୍ଧାର କରିଥିଲା।

ସୂଚନା ଅନୁସାରେ ୧୯୯୦ ମସିହରେ ପୂର୍ବତନ ଏସଡିଏମ ବିଜେନ୍ଦ୍ର ଶ୍ରୀବାସ୍ତଭଙ୍କ ମୃତ୍ୟୁ ହୋଇଥିଲା। ବିଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ତିନି ଝିଅ ଆଦର୍ଶ କଲୋନୀରେ ରହୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅ ଓ ପତ୍ନୀ ମାନସିକ ସନ୍ତୁଳନ ହରାଇ ବସିଥିଲେ। ୨ ବର୍ଷ ତଳେ ବିଜେନ୍ଦ୍ରଙ୍କ ସାନ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ପରିବାର ଅନ୍ୟ ସଦସ୍ୟମାନେ ଏକାସାଙ୍ଗରେ ରହୁଥିଲେ। ଅଚାନକ ବଡ଼ ଝିଅ ଓ ମାଆଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେମାନଙ୍କ ଶବକୁ ନେଇ ମଝିଆ ଝିଅ ଗୋଟିଏ ଘରେ ରଖିଥିଲେ। ଦୀର୍ଘ ୨ ମାସ ହେବ ଏହି ଶବ ପାଖରେ ସେ ଶୋଇ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.