ଫସର ଫାଟିଗଲା ସବୁ ଖୁସି: ସେଲ୍‌ଫି ନେବା ବେଳେ ଖସି ପଡିଲେ ଯୁବତୀ, ଫେବୃଆରୀ ୧୬ ଥିଲା ନିର୍ବନ୍ଧ

Published By : Prameya-News7 Bureau | January 04, 2021 IST

ବାଲିଶଙ୍କରା୪/୧: ମାତ୍ର କିଛି ଘଣ୍ଟାରେ ଫସର ଫାଟିଗଲା ସବୁ ଖୁସି। ବହୁତ ଖୁସି ଥିଲେ। ପରିବାର ସହ ଭୋଜି-ଭାତ କରି ନୂଆବର୍ଷ ସେଲିବ୍ରେସନ କରିବେ। ହେଲେ ଭାଗ୍ୟର ବିଡମ୍ବନା ସାଙ୍ଗରେ ପରିବାର ଥିଲେ। ଖୁସିରେ ଝିଅ ସେଲ୍‌ଫି ନେବା ବେଳେ ନଦୀରେ ଖସି ପଡିଲେ। ପରିବାର ଲୋକେ ଝିଅକୁ ଖୋଜି ଖୋଜି ବେଦମ। ହେଲେ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳୁ ନାହିଁ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମସ୍ଥିତ ଇବ୍ ନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି।

{"id":386562,"sizeSlug":"large","linkDestination":"none"}

୨୭ ବର୍ଷୀୟ ଅନୁପମା ପ୍ରଜାପତି ପରିବାର ସହ ବଣ ଭୋଜି କରିବାକୁ ଯାଇଥିଲେ।ସେମାନଙ୍କ ସାଙ୍ଗରେ ଅନ୍ୟ କେତେଜଣ ଯୁବତୀ ମଧ୍ୟ ବଣ ଭୋଜିରେ ସାମିଲ ହୋଇଥିଲେ।  ସେ ବି ନିଜ ପରିବାର ସହ ସେଠାକୁ ଯାଇଥିଲେ । ରୋଷେଇ ଆରମ୍ଭ ହୋଇଥିଲା ।

{"id":386563,"sizeSlug":"large","linkDestination":"none"}

ଅନୁପମା ଏବଂ ତାଙ୍କ ସାଙ୍ଗମାନେ ମିଶି ନଦୀରେ ଥିବା ସାତ ବଖରା ଦେଖିବାକୁ ଯାଇଥିଲେ । ସେଠାରେ ଅନୁପମା ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ସମୟରେ ଅସାବଧାନତା ଯୋଗୁ ନଦୀ ଭିିତରକୁ ଖସି ପଡ଼ିଥିଲେ । ଦେଖୁ ଦେଖୁ ଗଭୀର ଜଳ ଭିତରେ ସେ ନିଖୋଜ ହୋଇ ଯାଇଥିଲେ । ଏହି ଖବର ମିଳିବା ପରେ ବାପା, ମା’ ଓ ସାଙ୍ଗ ସାଥୀମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ ।

{"id":386564,"sizeSlug":"large","linkDestination":"none"}

ସେହି ସ୍ଥାନରେ କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା। ଏ ନେଇ ବାଲିଶଙ୍କରା ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଅନୁପମାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଆସନ୍ତା ଫେବ୍ରୁଆରୀ ମାସ ୧୬ ତାରିଖରେ ତାଙ୍କର ବିବାହ ଝାଡଖଣ୍ଡ ରାଜ୍ୟ ସୀମଡେଗା ଜିଲ୍ଲାରେ ହୋଇଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.