Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ରାଜଧାନୀ ରାସ୍ତାରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ: ବସକୁ ଫିଙ୍ଗୁଥିବ ଟେକାରେ ଫାଟି ଗଲା ଜଣେ ବ୍ୟକ୍ତିଙ୍କ ମୁଣ୍ଡ

17/11/2020 at 5:26 PM

ଭୁବନେଶ୍ବର୧୭/୧୧: ରାସ୍ତା ମଝିରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ଟେକା ମାଡ କରି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫଟାଇ ଦେଲେ। ରାଜ ରାସ୍ତାରେ ସମସ୍ତଙ୍କ ଉପସ୍ଥିତିରେ ଯୁବତୀ ଜଣଙ୍କ ମୋ ବସକୁ ଟେକା ଫିଙ୍ଗୁଥିବା ବେଳେ ସେହି ଟେକା ବସ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବାଜିଥିଲା। ସଂପୃକ୍ତ ଯୁବତୀ ବସ କଣ୍ଡକ୍ଟରଙ୍କ ବିରୋଧରେ ଚିତ୍କାର କରୁଥିବା ବେଳେ ମୁଣ୍ଡା ଫାଟିଥିବା ବ୍ୟକ୍ତି ତାଙ୍କୁ ଟିକେଟ ବସରେ ହରକତ କରିଥିବା ଅଭିଯୋଗ କରିଥିଲେ। ସବୁଠୁ ବଡ କଥାଟି ହେଲା ଯୁବତୀଙ୍କ ଟେକା ମାଡ ବେଳେ ଘଟଣାସ୍ଥଳରେ ଜଣେ ଟ୍ରାଫିକ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିବା ପରେ ଯୁବତୀ ଫେରାର ହୋଇଯାଇବା ବେଳେ ମୁଣ୍ଡ ଫାଟିଥିବା ବ୍ୟକ୍ତି ଜଣଙ୍କ ‘ମୋ ବସ’ର କର୍ମଚାରୀ ନୁହଁନ୍ତି ବୋଲି ‘ମୋ ବସ’ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣଙ୍କ ମୋ ବସ୍‌ରେ ଯାତ୍ରା କରିବା ସମୟରେ ତାଙ୍କୁ ବସ୍‌ ଟିକେଟ୍ ମାଗି ଥିଲେ କଣ୍ଡକ୍ଟର। ସେ ଟିକେଟ କାଟି ନଥିଲେ। ଏ ନେଇ ସଂପୃକ୍ତ ଯୁବତୀ ଏବଂ ବସ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବସ୍‌ ଭିତରେ ଯୁବତୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଯୁବତୀ ଜଣଙ୍କ ବସ୍‌ରୁ ଓହ୍ଲାଇ ବସକୁ ଟେକା ଫିଙ୍ଗି ଥିଲେ। ଏଥିରେ ବସ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିଛି।

ଲୋକ ଭିଡର ସୁଯୋଗ ନେଇ ସଂପୃକ୍ତ ଯୁବତୀ ଜଣଙ୍କ ପୋଲିସ ଆସିବା ବେଳେକୁ ସେଠାରୁ ଦୌଡି ପଳାଇଥିଲେ। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ବସ କର୍ମଚାରୀ ହୋଇନଥିବା ଜଣାଯାଇଛି।  

   Related Posts