Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଯୁବତୀ- ‘ମୋର୍ ଘର୍ ଗୁଟେ ‌ଦରକାର୍’, ସରପଞ୍ଚ- ‘ମୋର୍ କଥା ବୁଝଲେ ମୁଇଁ ତୋର କଥା ବୁଝ୍‌ବି’: ଅଡିଓ କଲ ଭାଇରାଲ

19/11/2020 at 5:24 PM

କଳାହାଣ୍ଡି୧୯/୧୧: ସରପଞ୍ଚଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଯୁବତୀ। ଆବାସ ଯୋଜନାରେ ଘର ଦେବା ବଦଳରେ ଶାରୀରିକ ସଂପର୍କ ରଖିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲେ ସରପଞ୍ଚ। କଳାହାଣ୍ଡି ଜିଲ୍ଲା ମଦନପୁର- ରାମପୁର ଥାନା ସାଲେପାଲି ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସରପଞ୍ଚଙ୍କ ବିରୋଧରେ ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ। ଖାଲି ସେତିକି ନୁହେଁ ଯୁବତୀ ଜଣଙ୍କ ଥାନାରେ ଏକ ଅଡିଓ କଲ ମଧ୍ୟ ଦାଖଲ କରିଛନ୍ତି। ଶୁଣନ୍ତୁ ଅଡିଓ କଲ

ଏହି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ଦେବା ଆଳରେ ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏ ନେଇ ଯୁବତୀ ପୋଲିସ୍‌ର ଦ୍ବାରସ୍ଥ ହୋଇଛନ୍ତି। କିଛି ବିଜେପି ନେତ୍ରୀଙ୍କ ଉପସ୍ଥିତିରେ ପୀଡିତା ଥାନାରେ ଏତଲା ଦାଖଲ କରିଛନ୍ତି। ଫୋନ୍‌ରେ ଯୁବତୀ ଏବଂ ସରପଞ୍ଚଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କଲ ଆଧାରରେ ପୋଲିସ୍ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏହି ଅଡିଓ କଲରେ ଥିବା କଣ୍ଠସ୍ବର ମୋର ନୁହେଁ ବୋଲି ସରପଞ୍ଚ କହିଛନ୍ତି। କିନ୍ତୁ ଆବାସ ଯୋଜନା ସଂପର୍କରେ ସରପଞ୍ଚ କହୁଥିବା ଅଡିଓ କଲରେ ସ୍ପଷ୍ଟ ଭାବେ ଜଣାପଡୁଛି। ଏହି ଘଟଣାରେ ମ. ରାମପୁର ପୋଲିସ୍ ତଦନ୍ତ ଜାରି ରଖିଛି।  

   Related Posts