ମହାନଦୀରୁ ଉଦ୍ଧାର ହେଲେ ଯୁବକ: ମୁଣ୍ଡଳି ବ୍ରିଜ୍‌ ଉପରୁ ଖସି ପଡିଥିଲେ

Published By : Prameya-News7 Bureau | August 19, 2020 IST

ଆଠଗଡ଼୧୯/୮:  ମହାନଦରୁ ଉଦ୍ଧାର ହେଲେ ଯୁବକ।  ମୁଣ୍ଡଳି ବ୍ରିଜ ଉପରୁ ଯୁବକ ଜଣଙ୍କ ଖସି ପଡିଥିଲେ। ବାଲିପଠାରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀମାନେ।  ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ମହାନଦୀର ମୁଣ୍ତଳି ବ୍ରିଜ୍ ଉପରୁ ଖସିପଡି ମହାନଦୀରେ ସେ ଭାସି ଯାଇଥିଲେ। ଯୁବକଙ୍କ ନାଁ ଚିତରଞ୍ଜନ ମୁଦୁଲି।  ଆଠଗଡ଼ ଥାନା ନୂଆବନ୍ଧ ଗ୍ରାମରେ ତାଙ୍କ ଘର।  ବୁଧବାର  ଅପରାହ୍ନରେ ସେ ତାଙ୍କ ସାଙ୍ଗ ସେହି ଗ୍ରାମର ଲୋକନାଥ ସାହୁଙ୍କ ପୁଅ ସୁନାକର ସାହୁଙ୍କ ସହିତ ଏକ ବାଇକ୍ ଯୋଗେ ଭୂବନେଶ୍ଵରରୁ ଫେରୁଥିବା ବେଳେ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.