Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍‌ ଯୋଦ୍ଧାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ବନ୍ଧା ହେଲେ ଯୁବକ

26/08/2020 at 5:40 PM

ସମ୍ବଲପୁର୨୬/୮: କୋଭିଡ୍ ଯୋଦ୍ଧାଙ୍କୁ ଗାଳିଗୁଲଜ କରି ବନ୍ଧା ହେଲେ ଯୁବକ ।  କୋଭିଡର ସ୍ଥିତି ଅନୁଧ୍ୟାନ କରିବା ଲାଗି ଯାଇଥିବା ଜଣେ ମହିଳା କର୍ମଚାରୀଙ୍କୁ ଜଣେ ଯୁବକ ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ତଅଁଲାପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖାଲି ସେତିକି ନୁହେଁ କୋଭିଡ୍ ଦାୟିତ୍ବରେ ଥିବା ମହିଳାଙ୍କୁ ଉକ୍ତ ଯୁବକ ଧମକ ଧଚକ ମଧ୍ୟ ଦେଇଥିଲେ। ମହିଳାଙ୍କୁ ଗାଳି ଗୁଲଜ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଟାଉନଥାନା ପୋଲିସ୍ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ତଅଁଲାପଡାର ପଙ୍କଜ କୁମାର ଦାସ।

   Related Posts