ନାବାଳିକା ଦୁଷ୍କର୍ମ ଏବଂ ଅପହରଣ ଅଭିଯୋଗରେ ଯୁବକ ଗିରଫ

Published By : Prameya-News7 Bureau | November 20, 2020 IST


ରାଇରଙ୍ଗପୁର୨୦/୧୧: ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକ ଗିରଫ। ଯୁବକ ଜଣଙ୍କ ମୋବାଇଲରେ କଥାବାର୍ତ୍ତା ହୋଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭଳବେଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ହେଲେ ମନୋଜ ପାତ୍ର। ଦୀର୍ଘ ବର୍ଷେ ହେବ ମନୋଜ ନାବାଳିକାକୁ ପ୍ରେମ ଜାଲରେ ଫଶାଇ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଆସୁଥିଲା। ନାବାଳିକା ଗର୍ଭବତୀ ହେବା ପରେ ଯୁବକ ତାଙ୍କୁ ଧମକ ଦେଇଥିଲେ। ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଗତ ୮ ତାରିଖରେ ଯୁବକ ଜଣଙ୍କ ନାବାଳିକାକୁ ଅପହରଣ କରି ନେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ପରିବାର ଲୋକେ ନାବାଳିକାକୁ ଭାଲୁବସାରୁ ଉଦ୍ଧାର କରିଥିଲେ। ପୀଡିତାଙ୍କ ବାପା ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ତାଙ୍କ କକା ଗତ ୧୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ପୁଲିସ ପୋକ୍ସଆକ୍ଟ ଅନୁସାରେ କେଶ ପଞ୍ଜିକୃତ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.