ବାରମ୍ବାର ମୋବାଇଲ ନମ୍ବର ବ୍ଲକ କରୁଥିଲେ ବି ଯୁବକ ଅନ୍ୟ ନମ୍ବରରୁ ପଠାଉଥିଲା ଅଶ୍ଳୀଳ ମେସେଜ, ଥାନାରେ ଏତାଲା ଦେଲେ ଯୁବତୀଙ୍କ ଭାଇ
1/01/2019 at 9:26 PM

ରୁଡ଼କି ୧/୧ – ଜଣେ ମହିଲାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଯୁବକ ଗଲେ ଜେଲ । ଗୋଟେ ପରେ ଗୋଟେ ମୋବାଇଲ ନମ୍ବରକୁ ବ୍ଲକଲିଷ୍ଟରେ ପକାଇବା ପରେ ମଧ୍ୟ ନୂଆନୂଆ ନମ୍ବରରୁ ମେସେଜ ପଠାଇ କରୁଥିଲା ହଇରାଣ । ଶେଷରେ ଥାନାରେ ଅଭିଯୋଗ ପରେ ଯୁବକଙ୍କୁ ପୋଲିସ ଗିରଫ କରିଛି ।
ଏହି ଘଟଣାଟି କୋତବାଲି ରୁଡ଼କୀ ଅଂଚଳରେ ଘଟିଛି । ଯୁବତୀଙ୍କୁ ବାରମ୍ବାର ଅଶ୍ଳୀଳ ମେସେଜ ଓ ଭିଡ଼ିଓ ପଠାଇ ହଇରାଣ କରୁଥିଲା ଏହି ଯୁବକ । ଯୁବକଙ୍କ ନମ୍ବରକୁ ଗୋଟେ ପରେ ଗୋଟେ ବ୍ଲକଲିଷ୍ଟରେ ପକାଇବା ପରେ ମଧ୍ୟ ଯୁବକ ଛାଡ଼ି ନଥିଲେ । ସେ ଅନ୍ୟ ନୂଆ ନମ୍ବରରୁ ସେମିତି ଭିଡ଼ିଓ ଓ ମେସେଜ ପଠାଉଥିଲା ।
ଯୁବତୀଙ୍କ ଭାଇ ଏସବୁ କଥା ଜାଣି ସେହି ଯୁବକଙ୍କ ନାଁରେ ଥାନାରେ ଏତାଲା ଦେବାପରେ ପୋଲିସ ଯୁବକଙ୍କୁ ଗିରଫ କରିଛି ।