ଗୁଗଲରେ ଏକ ଭୁଲ ସର୍ଚ୍ଚ ପାଇଁ ଆପଣ ଆକାଉଣ୍ଟରୁ ସବୁ ଟଙ୍କା ହୋଇଯାଇପାରେ ଗାଏବ! ଜାଣନ୍ତୁ କିପରି

Published By : Prameya-News7 Bureau | August 16, 2019 IST

ବେଙ୍ଗାଲୁରୁ୧୬|୮: ଆଜିକାଲି କୌଣସି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ଗୁଗଲର ସାହାଯ୍ୟ ନେଉଛେ। ଏବେ ଗୁଗଲ ସର୍ଚ୍ଚ  ବି ଆପଣଙ୍କୁ ଅସୁବିଧା​‌ରେ ପକାଇଦେଇ ପାରେ । ଗୁଗଲରେ ସର୍ଚ୍ଚ କରି ବେଙ୍ଗାଲୁରୁର ଜନୈକା ମହିଳା ଠକାମୀର ଶିକାର ହୋଇଛନ୍ତି।  ମହିଳାଙ୍କ ଛୋଟ ଭୁଲ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ବାଲାନ୍ସ ଗାଏବ ହୋଇଯାଇଛି।

ଆଜିକାଲି ଗୁଗଲ ସର୍ଚ୍ଚ ଇଞ୍ଜିନ ଦୃବୃତ୍ତମାନଙ୍କ ପାଇଁ ଏକ ପ୍ଲାଟଫର୍ମ ପାଲଟିଛି। ଗୁଗଲ ସର୍ଚ୍ଚକୁ ଦୁର୍ବୃତ୍ତମାନେ ଏକ ଅସ୍ତ୍ରଭଳି ବ୍ୟବହାର କରିବାକୁ ଲାଗିଲେଣି।ଗୁଗଲ ସର୍ଚ୍ଚ ଦ୍ବାରା ସହଜରେ ଲୋକମାନଙ୍କଠାରୁ ଦୁର୍ବୃତ୍ତମାନେ ଏବେ ଟଙ୍କା ହଡ଼ପ କରି ପାରୁଛନ୍ତି। 

ବେଙ୍ଗାଲୁରୁର ମହିଳା ଗୁଗଲ ସର୍ଚ୍ଚ ଦ୍ବାରା ଠକାମୀରେ ଶିକାର ହୋଇଛନ୍ତି।ସୂଚନାଯୋଗ୍ୟ  ଯେ, ମହିଳା ଜଣଙ୍କ ଜୋମାଟ ଆପ୍‌ର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରୁଥିବା ବେଳେ  ତାଙ୍କୁ ଏକ ଫ୍ରଡ ନମ୍ବର  ମିଳିଥିଲା।ସେ ସେହି ନମ୍ବରକୁ କଲ କରିଥିଲେ।ରିକ୍ବେଷ୍ଟ ଅନୁସାରେ ସେ ବ୍ୟାଙ୍କ ଡିଟେଲ୍ସ ଦେଇଥିଲେ।କଲ ଶେଷ ହେବାର କିଛି ସମୟ ପରେ ମହିଳାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯାଇଥିଲା।ଏ ସମ୍ପର୍କରେ ମହିଳା ଜଣକ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ।ଏହିଭଳି ଭାବେ ଗୁଗଲ ସର୍ଚ୍ଚ ମାଧ୍ୟମରେ ଅନେକ ଲୋକ ଠକାମୀର ଶିକାର ହେଉଛନ୍ତି।

ଚେନ୍ନାଇର ଜଣେ ମହିଳା ଗୁଗଲ ସର୍ଚ୍ଚ କରି ଠକାମୀର ଶିକାର ହେବା ପୂର୍ବରୁ ବଞ୍ଚିଯାଇଥିଲେ। ଫେକ୍‌ କଷ୍ଟମର କେୟାରଙ୍କୁ ମହିଳାଙ୍କୁ ବ୍ୟାଙ୍କ ଡିଟେଲ୍ସ ମାଗିଥିଲେ। ମହିଳା ଜଣକ ତାଙ୍କର ସବୁ ବ୍ୟାଙ୍କ ଡିଟେଲ୍ସ ଦେଇଥିଲେ। ଯେତେବେଳେ ମହିଳାଙ୍କୁ ବ୍ୟାଙ୍କ ପାସ୍‌ବୁକ୍ ବହି କଥା କହିଲେ ମହିଳା ଜଣଙ୍କ ସନ୍ଦେହ କରିଥିଲେ। ଏଣୁ ଫେକ୍‌ କଷ୍ଟମରଙ୍କୁ ଭୁଲ ପାସ୍‌ବୁକ୍‌ ବହି ସେ ଦେଇଥିଲେ। କଲ ଶେଷ ହେବାର କିଛି ସମୟ ପରେ  ୫ ହଜାର ଓ ୧୦ ହଜାରର ଦୁଇଟି ଫେଲ୍‌ ଟ୍ରାଂଜାକ୍ସନର ମେସେଜ ମହିଳାଙ୍କ ପାଖକୁ ଆସିଥିଲା। ଏହିଭଳି ଭାବେ ଗୁଗଲ ସର୍ଚରେ ଲୋକମାନେ ଠିକାମୀର ଶିକାର ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.