Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୋଦିଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ସଂପର୍କରେ ଚିଠି ଲେଖିଲେ ମହିଳା, ରାଞ୍ଚିରେ ପହଞ୍ଚିଲେ NIA ଓ IB…ଜାଣନ୍ତୁ ପୂରା ଘଟଣା

10/10/2019 at 12:26 PM

ନୂଆଦିଲ୍ଲୀ୧୦|୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନି ବର୍ଷ ତଳେ ଦିଆଯାଇଥିବା ହତ୍ୟା ଧମକ ସଂପର୍କରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ)ଙ୍କୁ ରାଞ୍ଚିର ଜଣେ ମହିଳା ଏକ ଚିଠି ଲେଖିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ଚିଠି ପାଇବା ପରେ ଏନଆଇଏ ଓ ଆଇବି ସମେତ ଅନ୍ୟ କେନ୍ଦ୍ରୀୟ ତଦନ୍ତ ଅଧିକାରୀ ରାଞ୍ଚିରେ ପହଞ୍ଚିଥିଲେ। ମହିଳାଙ୍କ କଥା ଅନୁସାରେ ରଚା ଯାଇଥିବା ଷଡଯନ୍ତ୍ର ସଂପର୍କ​‌ରେ ତଦନ୍ତ ଅଧିକାରୀଙ୍କୁ କୌଣସି ପ୍ରମାଣ ମିଳି ନଥିଲା। ତଥାପି କେନ୍ଦ୍ରୀୟ ତଦନ୍ତ ଅଧିକାରୀ ଏ ସଂପର୍କରେ ରାଜ୍ୟ ପୋଲିସର ବିଶେଷ ଶାଖାକୁ ଜଣାଇଥିଲେ। ସନ୍ଦିଗ୍ଧଙ୍କ ଗତିବିଧି ଉପରେ ରାଜ୍ୟ ପୋଲିସର ବିଶେଷ ଶାଖା ନଜର ରଖିଛି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ରାଞ୍ଚିର ନୟାସରାଇର ଜଣେ ମହିଳା ଇ-ମେଲ ମାଧ୍ୟମରେ ରାୟପୁରର ଏନଆଇଏଙ୍କୁ ଏକ ଚିଠି ପଠାଇଥିଲେ। ତିନି ବର୍ଷ ତଳେ ମହିଳାଙ୍କ ଶ୍ବଶୂର ଘର ଲୋକ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିବା ସହ ଧମକ ଦେଇଥିବା କଥା ମହିଳା ଚିଠିରେ ଉଲ୍ଲେଖ କରିଥିଲେ। ମହିଳାଙ୍କ କହିବା ମୁତାବକ ତାଙ୍କ ଶ୍ବଶୂର ଘରର କିଛି ସଦସ୍ୟ ସାଉଦୀରେ କାମ କରନ୍ତି। ଏମାନେ ମିଶି ମୋଦିଙ୍କ ହତ୍ୟା କରିବା ଲାଗି ଷଡଯନ୍ତ୍ର ରଚିଥିବା କଥା ମହିଳା ଚିଠିରେ ଉଲ୍ଲେଖ କରିଥିଲେ। ଏଥିଲାଗି ସାଉଦୀରୁ ଫଣ୍ଡିଂ ଆସୁଥିବା କଥା ମଧ୍ୟ ସେ ଚିଠିରେ ଲେଖି ଥିଲେ। ଏହି ଚିଠି ରାୟପୁର ଏନଆଇଏ ପାଇବା ପରେ ଏନଆଇଏର ମୁଖ୍ୟ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଏହାପରେ ଏନଆଇଏ ଓ ଆଇବି ରାଞ୍ଚିରେ ପହଞ୍ଚି ଖୋଳତାଡ଼ କରିଥିଲେ।

ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଶ୍ବଶୂର ଘର ଲୋକଙ୍କ ଦ୍ବାରା ମହିଳା ନିର୍ଯାତିତ ହେଉଥିଲେ। ଏଥିଲାଗି ପୂର୍ବରୁ ଶ୍ବଶୂର ଘର ଲୋକଙ୍କ ବିରୋଧରେ ମହିଳା ଯୌତୁକ ନିର୍ଯାତନା ଏତଲା ଥାନାରେ ଦେଇଥିଲେ। ଶ୍ବଶୂର ଘର ଲୋକଙ୍କ ଉପରେ ପ୍ରତିଶୋଧ ନେବା ଲାଗି ମହିଳା ତାଙ୍କ ଦିଅରଙ୍କୁ ଷଡ଼ଯନ୍ତ୍ରକାରୀ ବୋଲି ଚିଠିରେ ଲେଖିଥିଲେ। ଚିଠି ଅନୁସାରେ ତଦନ୍ତ ଅଧିକାରୀ ଯାଞ୍ଚ କରିଥିଲେ  ହେଲେ କୌଣସି ପ୍ରମାଣ ମିଳିନଥିଲା। ତେବେ ଏଭଳି ମିଥ୍ୟା ତଥ୍ୟ ଦେଇଥିବା ମହିଳାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠନ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

   Related Posts