Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

HIV ସଂକ୍ରମିତ ମହିଳାଙ୍କ ଶରୀରରେ ୨୧୬ ଦିନ ରହିଲା ଭୂତାଣୁ , ୩୨ ଥର ରୂପ ବଦଳାଇଲା ମହାମାରୀ : ଚିନ୍ତାରେ ବିଶେଷଜ୍ଞ

6/06/2021 at 8:22 AM

ଦକ୍ଷିଣ ଆଫ୍ରିକା ୬/୬ : ଦକ୍ଷିଣ ଆଫ୍ରିକାର ଜଣେ ଏଚ୍.ଆଇ.ଭି ସଂକ୍ରମିତ ମହିଳା ଶରୀରରେ ୨୧୬ ଦିନ ଧରି ରହିଲା କରୋନା ଭୂତାଣୁ । ତେବେ ଏହି ସମୟରେ, SARS-CoV-2 ଭାଇରସ ତାଙ୍କ ଶରୀରରେ ପ୍ରାୟ ୩୨ ଥର ନିଜର ସ୍ୱରୂପ ପରିବର୍ତ୍ତନ କରିଛି । ‘ମେଡ୍ରକ୍ସ-୪ ଜର୍ନାଲ୍’ରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଏହା ଜଣାପଡିଛି । ଡର୍ବାନର କ୍ୱାଜୁଲୁ-ନାଟାଲ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ରିସର୍ଚ୍ଚ ରିପୋର୍ଟ କୁହେ ଯେ, ଯେ ଜଣେ ୩୬ ବର୍ଷ ବୟସ୍କା ମହିଳାଙ୍କ ଶରୀରରେ ସ୍ପାଇକ୍ ପ୍ରୋଟିନରେ ୧୩ ଟି ମ୍ୟୁଟେସନ୍ (ଜେନେଟିକ୍ ମ୍ୟୁଟେସନ୍) ଦେଖାଦେଇଥିଲା ।

ଏହା ସମାନ ପ୍ରୋଟିନ୍ ଯାହା କରୋନା ଭୂତାଣୁକୁ ପ୍ରତିରୋଧ ପ୍ରଣାଳୀ ଦ୍ୱାରା ଆକ୍ରମଣରୁ ରକ୍ଷା କରିଥାଏ । ସେଠାରେ ପ୍ରାୟ ୧୯ଟି ପରିବର୍ତ୍ତନ ହୋଇଥିଲା । ଯେଉଁଥିରେ ଭାିରସର ଆଚରଣ ବଦଳାଇବାର କ୍ଷମତା ଥିଲା । ଏହି ସମୟରେ ମହିଳାଙ୍କ ମଧ୍ୟରେ ରେକର୍ଡ ହୋଇଥିବା ପରିବର୍ତ୍ତନ ଅନ୍ୟମାନଙ୍କ ନିକଟରେ ବ୍ୟାପିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଗବେଷକ ତୁଲିଓ ଡି ଅଲିଭାଇରାଙ୍କ କହିବା ମୁତାବକ, ଯଦି ଏହିପରି ଅଧିକ ଘଟଣା ଘଟେ, ତେବେ ଏଚ୍‌ଆଇଭି ସଂକ୍ରମିତଙ୍କ ଠାରେ ଭୂତାଣୁ ନୂତନ ରୂପ ନେବାର ଭୟ ଦୃଢେ ହେବାର ଆଶଙ୍କା ଯଥେଷ୍ଟ ରହିଛି । ବାସ୍ତବରେ, ଅଧିକାଂଶ ଏଚ୍.ଆଇ.ଭି ରୋଗୀ କେବଳ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ହେତୁ ସଂକ୍ରମଣରେ ଅଧିକ ଅସୁରକ୍ଷିତ ନୁହଁନ୍ତି । ଏହିସବୁ କାରଣରୁ ସେମାନଙ୍କର ଶରୀରରେ ଭାଇରସ ଅଧିକ ଦିନ ଧରି ରହିବାର ସମ୍ଭାବନା ବି ଅଧିକ ରହିଥାଏ ।

‘ଲସ୍ ଆଞ୍ଜେଲସ୍ ଟାଇମ୍ସ’ ଅନୁଯାୟୀ, ସମାନ ରୋଗୀର ଶରୀରରେ କରୋନା ଭୂତାଣୁର ଜେନେଟିକ୍ ଗଠନରେ ପ୍ରାୟ ଦୁଇ ଡଜନ ପରିବର୍ତ୍ତନ କେବେ ସାମ୍ନାକୁ ଆସେ ନାହିଁ । କାରଣ ପ୍ରଭାବିତ ମହିଳାଙ୍କ ସଂକ୍ରମଣର ମାତ୍ରା ସାମାନ୍ୟ ରହିଥିଲା । ରିସର୍ଚ୍ଚରମାନେ ଏହି ମାମଲାରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ କାରଣ ମହିଳା ସେହି ୩୦୦ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଥିଲେ, ଯେଉଁମାନେ କରୋନା ସଂକ୍ରମଣରେ ଏଚ୍.ଆଇ.ଭି ସଂକ୍ରମିତ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଚିହ୍ନଟ ପାଇଁ ମନ୍ନୋନୀତ ହୋଇଥିଲେ ।

ମହାମାରୀ ରୋକିବା ପାଇଁ ଏହି ଆବିଷ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଲିଭାଇରା ଦାବି କରିଛନ୍ତି । ବାସ୍ତବରେ, ଏଚ୍.ଆଇ.ଭି ସଂକ୍ରମିତଙ୍କଠାରେ କରୋନା ନିରବଚ୍ଛିନ୍ନ ବିସ୍ତାର ଏବଂ ପରିବର୍ତ୍ତନର ଉତ୍ସ ହୋଇପାରେ । ତେଣୁ, ଏଚ୍.ଆଇ.ଭି ଦ୍ୱାରା ଅଧିକ ପ୍ରଭାବିତ ଦେଶମାନଙ୍କରେ, ଏହିପରି ରୋଗୀଙ୍କଠାରେ ଭୂତାଣୁ ବିସ୍ତାର ନହେବା ପାଇଁ ପଦକ୍ଷେପକୁ ତୀବ୍ର କରିବା ଅତ୍ୟନ୍ତ ଜରୁରୀ ଅଟେ । ଅଲିଭାଇରାଙ୍କ ଅନୁଯାୟୀ, ଅଧ୍ୟୟନରେ ଜଣାପଡିଥିଲା କି, ଏହିପରି ଚାରିଜଣ ଏଚ୍.ଆଇ.ଭି ସଂକ୍ରମିତଙ୍କଠାରେ କରୋନା ସଂକ୍ରମଣ ଏକ ମାସରୁ ଅଧିକ ସମୟ ରହିଥିଲା ।

   Related Posts