Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପ୍ରଥମ ଥର ମହିଳାଙ୍କୁ ମୃତ୍ୟୁଦଣ୍ଡ : ଦିଆଯିବ ପ୍ରାଣଘାତୀ ଇଞ୍ଜେକ୍ସନ୍, ଗର୍ଭବତୀ ମହିଳାଙ୍କୁ ହତ୍ୟା କରି ତାଙ୍କ ପେଟ କାଟି ଶିଶୁକୁ କରିଥିଲେ ଅପହରଣ

20/10/2020 at 8:48 AM

ନ୍ୟୁୟର୍କ ୨୦/୧୦: ଆମେରିକାରେ ପାଖାପାଖି ୭ଦଶକ ପରେ ପ୍ରଥମ ଥର କୌଣସି ମହିଳାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉଛି। ଏହି ମହିଳାଙ୍କୁ ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା,ତାଙ୍କ ପେଟ କାଟି ଶିଶୁକୁ ଅପହରଣ କରିବା ଅପରାଧରେ ଦଣ୍ଡିତ କରାଯାଇଛି। କୋର୍ଟଙ୍କ ଆଦେଶରେ ଏବେ ତାଙ୍କୁ ଡିସେମ୍ବର ୮ତାରିଖରେ ପ୍ରାଣଘାତୀ ଇଞ୍ଜେକ୍ସନ ଲଗାଇ ମୃତ୍ୟୁଦଣ୍ଡ ଦିଆଯିବ।

ଅଧିକାରୀଙ୍କ ମୁତାବକ ୨୦୦୪ରେ ପୋଷା କୁକୁର କିଣିବା ବାହାନାରେ ୨୩ବର୍ଷ ବୟସ୍କା ବବି ଷ୍ଟିନେଟଙ୍କ ମିସୌରୀ ସ୍ଥିତ ଘରେ ପହଞ୍ଚି ଅଭିଯୁକ୍ତ ଲିସା ମାଣ୍ଟଗୋମେରୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସେତେବେଳେ ୩୬ବର୍ଷ ବୟସ୍କା ମାଣ୍ଟଗୋମେରୀ ସର୍ବପ୍ରଥମେ ୮ମାସର ଗର୍ଭବତୀ ଷ୍ଟିନେଟଙ୍କୁ ବେକରେ ଦଉଡ଼ିରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ତାଙ୍କ ପେଟ ଫାଡ଼ି ଶିଶୁକୁ ନେଇ ଫେରାର ହୋଇଯାଇଥିଲେ। ଧରା ପଡ଼ିବା ପରେ ମାଣ୍ଟଗୋମେରୀ ମିସୌରୀ ଅଦାଲତରେ ନିଜ ଅପରାଧ ମାନିଥିଲେ ଏବଂ ୨୦୦୮ମସିହାରେ ବିଚାରପତି ତାଙ୍କୁ ଅପହରଣ ଏବଂ ହତ୍ୟାର ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କୋର୍ଟରେ ତାଙ୍କ ଅସୁସ୍ଥ ଥିବାର କହିଥିଲେ। ବିଚାରପତି ଏହାକୁ ଖାରଜ କରିଥିଲେ।

ଆମେରିକାରେ ପାଖାପାଖି ୨୦ବର୍ଷର ରୋକ ପରେ ୩ମାସ ତଳେ ହିଁ ମୃତ୍ୟୁ ଦଣ୍ଡ ପୁର୍ନବାର ଦାଖଲ ହେଲା। ଏହା ପରେ ବି ଲିସା ନବମ ସଂଘୀୟ କଏଦୀ ଯାହାକୁ ଏହି ଦଣ୍ଡ ମିଳିବ। ଆମେରିକାରେ ୧୯୫୩ମସିହାରେ ଶେଷ ଥର କୌଣସି ମହିଳାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା।

   Related Posts