ଫାଶୀ ଲଗାଇଲେ ମହିଳା କନଷ୍ଟେବଳ : ମୃତଦେହ ନିକଟରୁ ଜବତ ହେଲା ସୁଇସାଇଡ ନୋଟ୍
21/06/2019 at 2:06 PM

ଅହମଦାବାଦ ୨୧/୬ : କାଲୁପୁର ପୋଲିସ୍ ଷ୍ଟେସନରେ ନିୟୋଜିତ ଥିବା ଫାଲଗୁନି ଶ୍ରୀମାଲି ନାମ୍ନୀ ମହିଳା କନଷ୍ଟେବଳ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି। କିନ୍ତୁ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ।
କନଷ୍ଟେବଳ ଫାଲଗୁନି ଶ୍ରୀମାଲି ନିଜ ଚାନ୍ଦଖେଡ଼ା ସ୍ଥିତ ଘରେ ବାଥରୁମରେ ଫାଶୀ ଲଗାଇଛନ୍ତି। ପୋଲିସ୍ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।