ପୁଣି ଖାକିରେ କଳଙ୍କ: ଭିସା ଅବଧି ବଢାଇଦେବା କହି ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କଲେ ଦୁଇ ପୁଲିସ୍ କର୍ମଚାରୀ

Published By : Prameya-News7 Bureau | September 07, 2019 IST

ଲକ୍ଷ୍ନୌ ୭/୯: ପୁଣି ଖାକିରେ ଲାଗିଲା କଳଙ୍କ । ରକ୍ଷକ ସାଜିଲା ଭକ୍ଷକ । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଖୋଦ୍ ରକ୍ଷକ ଆଜି କାମନାବାସନାର ବଶବର୍ତ୍ତୀ ହୋଇ ଦୁଷ୍କର୍ମ ଭଳି ଅତ୍ୟନ୍ତ ନିନ୍ଦନୀୟ କାଣ୍ଡ ଭିଆଇଛି । ଏଭଳି ଅଭାବନୀୟ ଘଟିଛି  ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ।  ଜଣେ ବିଦେଶିନୀଙ୍କୁ ଦୁଷ୍କର୍ମ  କରି  ପୁଣି କାଠଗଡାକୁ ଚାଲିଆସିଛି ୟୁପି ପୁଲିସ୍ । ଅଭିଯୋଗ ଅନୁସାରେ,  ୟୁପି ଦୁଇ ଜଣ  ପୁଲିସ କର୍ମଚାରୀ  ଜଣେ ବିଦେଶୀ ମହିଳାଙ୍କର ଭିସା ଅବଧି ବଢାଇବା ବାହାନାରେ ଲକ୍ଷ୍ନୌ ନେଇଯାଇ ତାଙ୍କ ସହ ଖରାପ କାମ କରିଛନ୍ତି । ବର୍ତ୍ତମାନ ଦୁଇ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଜିଆରପିରେ ନିୟୋଜିତ ଥିବା ବେଳେ ଅନ୍ୟ ଜଣକ ଇଂଟେଲିଜେନ୍ସ ବ୍ୟୁରୋରେ ବର୍ତ୍ତମାନ କାମ କରୁଛନ୍ତି ।

ସୂଚନା ମୁତାବକ, କିର୍ଗିସ୍ଥାନରେ ରହୁଥିବା ଜଣେ ମହିଳା ୪ ବର୍ଷ ପୂର୍ବେ ୟୁପିର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଏପରିକି ତାଙ୍କୁ ଭାରତର ନାଗରିକତା ମଧ୍ୟ ମିଳିସାରିଥିଲା । ତେବେ ନାଗରିକତା ମିଳିବା ପୂର୍ବରୁ ତାଙ୍କୁ ନିଜ ଭିସା ବଢାଇବାକୁ ଆବଶ୍ୟକତା ଥିବା ବେଳେ ଏହାର ଫାଇଦା ଉଠାଇଥିଲେ ଏହି ଦୁଇ ଜଣ ପୁଲିସ୍ କର୍ମଚାରୀ ।  ମହିଳାଙ୍କ ଭିସା ଅବଧି ବଢାଇଦେବା ନାରେ  ଜିଆରପିରେ କାମ କରୁଥିବା ଧର୍ମେନ୍ଦ୍ର ତାଙ୍କୁ ଲକ୍ଷ୍ନୌ ନେଇଯାଇଥିଲେ ଏବେ ସେଠାରେ ତାଙ୍କ ସହ ଦୁଷ୍କର୍ମ  କରି, ତାର ଏକ ଭିଡିଓ ରେକଡିଂ କରିନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ମହିଳା ଜଣଙ୍କୁ ବ୍ଲାକମେଲିଂ କରି ଧର୍ମେନ୍ଦ୍ର ତାଙ୍କୁ ପୁଣି ଥରେ ମଥୁରାରେ ଥିବା ଏକ ହୋଟେଲକୁ ଡାକି ଥିଲେ ଏବଂ  ଇଂଟେଲିଜେନ୍ସ ବ୍ୟୁରୋରେ କାମ କରୁଥିବା ଆକାଶ ପାଓ୍ବାରଙ୍କ ସହ ମିଶି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା ।ତେବେ କୌଣସି ମତେ ମହିଳା ଜଣକ ସେଠାରୁ ଖସି ଆସିଥିଲେ ଆଉ ନିଜ ସହ ଘଟିଥିବା ଘଟଣା ସଂପର୍କରେ ପୁଲିସ୍ ନିକଟରେ ଜଣାଇଥିଲେ । ପୁଲିସ୍ ମହିଳାଙ୍କ ବୟାନକୁ ଆଧାର କରି ମାମଲାର ଯାଂଚ ଆରମ୍ଭ  କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.