ଗୋଟିଏ କଦଳୀକୁ ୮୭ ହଜାର ଟଙ୍କାରେ କିଣିଲେ ମହିଳା : କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | December 28, 2018 IST

ସାଧାରଣତଃ କଦଳୀ କିଲୋ ୨୦ରୁ ୬୦ ଟଙ୍କାରେ ମଧ୍ୟରେ ମିଳିଥାଏ | ସେ ପୁଣି ଦେଶର ସବୁ ସହରରେ | ଆଜି ଆମେ ଆପଣଙ୍କୁ କଦଳୀ ସହ ଜଡିତ ଏମିତି ଏକ ଘଟଣା ଜଣେଇବୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଘଟଣାଟି ହେଲା- ଗୋଟିଏ କଦଳୀର ମୂଲ୍ୟ ପାଖାପାଖି ୮୭ ହଜାର ଟଙ୍କା | ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ | ଜଣେ ମହିଳା ୮୭ ହଜାର ଟଙ୍କା ଦେଇ ଗୋଟିଏ କଦଳୀ କିଣିଥିଲେ | ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଗୋଟିଏ କଦଳୀର ମୂଲ୍ୟ ଏତେ ବେଶୀ କାହିଁକି ! ଓ ମହିଳା ଏହି କଦଳୀଟି ଏତେ ପଇସା ଦେଇ କାହିଁକି କିଣିଲେ ।

{"id":67991}

ଯଦି ଗୋଟିଏ କଦଳୀର ମୂଲ୍ୟ ଏତିକି ହେବ ତାହେଲେ ଲୋକେ କଦଳୀ କିଣିବା ବା ଖାଇବା କଥା ସ୍ବପ୍ନରେ ମଧ୍ୟ ଚିନ୍ତା କରିବେନାହିଁ | କିନ୍ତୁ ବ୍ରିଟେନର ଜଣେ ମହିଳା ୮୭ ହଜାର ଟଙ୍କା ଦେଇ କିଣିଛନ୍ତି ଗୋଟିଏ କଦଳୀ | ମହିଳାଙ୍କ ନାଁ ହେଲା ବବି ଗାର୍ଡେନ | ମହିଳା ଜଣକ ବ୍ରିଟେନର ଏକ ସୁପର ମାର୍କେଟରୁ ଏହି କଦଳୀକୁ ଅନଲାଇନ କିଣିଥିଲେ | ତେବେ ମହିଳା ଜଣକ ଅନଲାଇନରେ କେବଳ କଦଳୀ କିଣିନଥିଲେ | ତାଙ୍କର ଦରକାରୀ ଅନ୍ୟ କିଛି ଜିନିଷ ମଧ୍ୟ କିଣିଥିଲେ | ଯେତେବେଳେ ସେ ସବୁ ଜିନିଷର ଅର୍ଡର ଦେଇସାରିଥିଲେ ସେତେବେଳେ ତାଙ୍କ ପାଖକୁ ୧୦୦ ପାଉଣ୍ଡର ବିଲ ଆସିଥିଲା | ଅର୍ଡର ମୁତାବିକ ମହିଳାଙ୍କ ଜିନିଷ ତାଙ୍କ ଠିକଣାରେ ପହଂଚି ଯାଇଥିଲା | ଜିନିଷ ଆସିବା ପରେ ବିଲ ଦେଖି ମହିଳାଙ୍କ ହୋସ ଉଡିଯାଇଥିଲା | ଡେଲିଭରି ବଏ ୯୩୧.୧୧ ପାଉଣ୍ଡ ଅର୍ଥାତ ପାଖାପାଖି ୮୭ ହଜାର ଟଙ୍କାର ବିଲ ମହିଳାଙ୍କ ହାତକୁ ବଢ଼େଇ ଦେଇଥିଲେ |

{"id":67992}

ଘଟଣା ପରେ ମହିଳା ଜଣକ ଏହି ବିଲର ଫଟୋ ଉଠାଇ ଟ୍ୱିଟରେ ପୋଷ୍ଟ କରିଥିଲେ | ଏହାଛଡା ବିଲ ସହ ଆସିଥିବା ପ୍ରତ୍ୟେକ ଜିନିଷର ଗୋଟି ଗୋଟି କରି ଫଟୋ ଉଠାଇ ପୋଷ୍ଟ କରିଥିଲେ | ମହିଳା ଜଣକ ଦୁଃଖ ପ୍ରକାଶ କରି କହିଥିଲେ ଯେ, ସେ କେବଳ ୯୩ ପାଉଣ୍ଡର ଜିନିଷ କିଣିଥିଲେ କିନ୍ତୁ ତାଙ୍କୁ ୯୩୧ ପାଉଣ୍ଡ ସୁଝିବାକୁ ପଡିଥିଲା |ସମ୍ଭବତଃ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଏଭଳି ଘଟିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.