ବିଜ୍ଞାନର ବିସ୍ମୟ : ନିଜ ଝିଅର ସନ୍ତାନକୁ ଜନ୍ମ ଦେଲେ ୫୧ବର୍ଷୀୟ ମହିଳା

Published By : Prameya-News7 Bureau | November 16, 2020 IST

ଶିକାଗୋ ୧୬/୧୧: ଆମେରିକାର ଶିକାଗୋରେ ରହୁଥିବା ଜୁଲି ନିଜ ନାତିକୁ ସରୋଗେସି ଜରିଆରେ ଜନ୍ମ ଦେଇଛନ୍ତି। ଜୁଲିଙ୍କ ଝିଅ ବ୍ରିଏନାଙ୍କୁ ଗର୍ଭଧାରଣ କରିବାରେ ବହୁତ ସମସ୍ରାର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଏପରି କ୍ଷେତ୍ରରେ ଆଧୁନିକ ପଦ୍ଧତି ସାହାଯ୍ୟରେ ୫୧ବର୍ଷର ଜୁଲି ନିଜ ନାତିଙ୍କୁ ଜନ୍ମ ଦେବାରେ ସଫଳତା ହାସଲ କରିଥିଲେ।

{"id":362640,"sizeSlug":"large"}

୨୯ବର୍ଷୀୟା ବ୍ରିଏନା ଲକଉଡ ମା ହେବାକୁ ଅନେକ ଉଦ୍ୟମ କରିଥିଲେ। ୪ବର୍ଷ ବ୍ୟବଧାନରେ ସେ ୨ଥର ପ୍ରେଗନେଣ୍ଟ୍ ହୋଇଥିଲେ କିନ୍ତୁ ୨ଥର ସେ ନିଜ ଶିଶୁଙ୍କୁ ବଞ୍ଚାଇ ପାରିନଥିଲେ। ଏହା ପରେ ତାଙ୍କୁ ସର୍ଜରୀ କରାଇବାକୁ ପଡ଼ିଥିଲା ଏବଂ ତାଙ୍କ ସ୍ବାସ୍ଥାବସ୍ଥା ଏପରି ହୋଇଯାଇଥିଲା ଯେ ତାଙ୍କ ପାଇଁ ଗର୍ଭଧାରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା।

{"id":362643,"sizeSlug":"large"}


ଏହି ୪ବର୍ଷ ମଧ୍ୟରେ ବ୍ରିଏନା ଆଇବିଏଫ ପଦ୍ଧତିର ମଧ୍ୟ ସହାୟତା ନେଇଥିଲେ କିନ୍ତୁ ଏହା ସତ୍ବେ ତାଙ୍କୁ କୌଣସି ପ୍ରକାରର ଫାଇଦା ହୋଇନଥିଲା। ବ୍ରିଏନା ଅତ୍ୟନ୍ତ ନିରାଶ ହୋଇଯାଇଥିଲେ ଏବଂ ସେ ଭାବି ସାରିଥିଲେ ଯେ ସେ କେବେ ବି ପରିବାର ଆରମ୍ଭ କରିପାରିବେ ନାହିଁ। ବ୍ରିଏନାଙ୍କ ଡାକ୍ତର ତାଙ୍କୁ ସରୋଗେସି କରିବାକୁ ପରାମର୍ଶ ଦେଇଥିଲେ ଯାହା ପରେ ବ୍ରିଏନାଙ୍କ ମାଆ ସରୋଗେଟ୍ ହେବା କଥା ତାଙ୍କୁ କହିଥିଲେ।

{"id":362641,"sizeSlug":"large"}

ବ୍ରିଏନା ନିଜର ଏବଂ ନିଜ ପରିବାର ସହ ଜଡ଼ିତ ସୂଚନା ଆଇବିଏଫ ସରୋଗେସି ଡାଇରୀ ନାମକ ଇନଷ୍ଟାଗ୍ରାମ୍ ପେଜରେ ଦିଅନ୍ତି। ଏହି ପେଜରେ ପାଖାପାଖି ଦେଢ଼ ଲକ୍ଷ ଫଲୋଅର୍ସ ଅଛନ୍ତି। ବ୍ରିଏନା ଅଧିକାଂଶ ସମୟରେ ନିଜ ଗର୍ଭବତୀ ମାଙ୍କ ସହ ଏଥିରେ ଫଟୋ ସେୟାର କରନ୍ତି। ବ୍ରିଏନା ଏମାସ ଆରମ୍ଭରେ କହିଥିଲେ ଯେ ତାଙ୍କ ପୁଅ ଜନ୍ମ ହୋଇ ସାରିଛି ଏବଂ ସେ ବହୁତ ଖୁସି ଅଛନ୍ତି।

{"id":362642,"sizeSlug":"large"}

ବ୍ରିଏନା କହିଥିଲେ ଯେ ତାଙ୍କ ମା ଜଣେ ରକଷ୍ଟାର ଏବଂ ସେ ଯେପରି ଭାବେ ତାଙ୍କୁ ସାହାଯ୍ୟ କରିଛନ୍ତି ସେ ନିଜକୁ ବହୁତ ଭାଗ୍ରଶାଳୀ ଅନୁଭବ କରୁଛନ୍ତି। ଜୁଲି କହିଛନ୍ତି ଯେ ସେ ଏହି ସମୟରେ ବହୁତ କମ୍ଫରଟେବଲ୍ ଥିଲେ ଏବଂ ସେ ନିଜେ ତାଙ୍କ ଝିଅଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ।

{"id":362636,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.