ସୁପରମାର୍କେଟରୁ ଜିନିଷ ଚୋରାଇ ନିଜ ଅନ୍ତଃବସ୍ତ୍ରରେ ଲୁଚାଇଲେ ମହିଳା : ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | October 14, 2020 IST

ମସ୍କୋ ୧୪/୧୦: ରୁଷର କ୍ରାସନୋଡାର ନାମକ ସହରରେ ସ୍ଥିତ ଏକ ସୁପରମାର୍କେଟର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଜଣେ ମହିଳା ନିଜ ପୋଷାକ ଭିତରେ ଦୋକାନ ଜିନିଷ ଲୁଚାଉଥିବା ନଜର ଆସିଛନ୍ତି। ଭିଡିଓରେ ପରିଷ୍କାର ଭାବେ ଦେଖାଯାଉଛି ଯେ କିପରି ଏହି ମହିଳା ନିଜ ଅନ୍ତଃବସ୍ତ୍ରରେ ଜିନିଷ ଲୁଚାଉଛନ୍ତି। ସୁପରମାର୍ଟର ସିସିଟିଭି ଫୁଟେଜରେ ଏହି ଘଟଣା କଏଦ ହୋଇଛି।

wp:html /wp:html

ଏହି ଦୋକାନରେ ଆଉ ଜଣେ ଗ୍ରାହକ ଯାଉଥିବାର ନଜର ଆସିଛି କିନ୍ତୁ ସେ ମହିଳାଙ୍କ କାରନାମାକୁ ଦେଖି ପାରୁ ନାହାନ୍ତି। ସେହି ଗ୍ରାହକ ମହିଳାଙ୍କ ନଜରରୁ ଦୂର ହେବା କ୍ଷଣି ମହିଳା ପୁଣି ଥରେ ନିଜ ଅନ୍ତଃବସ୍ତ୍ରରେ ଜିନିଷ ଲୁଚାଇବା ଆରମ୍ଭ କରି ଦେଉଛନ୍ତି। ଏହି ମହିଳା ପାଖାପାଖି ୬ଟି ଜିନିଷ ନିଜ ପୋଷାକରେ ଲୁଚାଇଥିଲେ।

ମହିଳା ଅକ୍ଟୋବର ୫ତାରିଖ ସନ୍ଧ୍ୟା ୫ଟା ବାଜି ୨୦ମିନିଟରେ ଚୋରି କରିଥିଲେ। ସିକ୍ୟୁରିଟି ଗାର୍ଡ଼ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଜାରି କରି ଲେଖିଛନ୍ତି ଯେ ଏପରି କାର୍ଯ୍ୟକୁ ସର୍ବପ୍ରଥମେ ସାର୍ବଜନିକ କରିବା ଉଚିତ୍। ଗାର୍ଡ଼ ଲେଖିଛନ୍ତି ଯେ ଏପରି ଆଚରଣ ପାଇଁ କେବଳ ବେଲଜ୍ଜା ଶବ୍ଦର ବ୍ୟବହାର କରାଯାଇପାରିବ।

ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ୟୁଜର୍ସ ଏହା ଦେଖି ଆଚମ୍ବିତ ହୋଇଥିଲେ ଯେ ମହିଳା ଏତେ ଜିନିଷ ନିଜ ଅନ୍ତଃବସ୍ତ୍ରରେ ରଖିଲେ କିପରି? ମହିଳା ଲୁଚାଇଥିବା ଜିନିଷ ଦେଖା ବି ଯାଉନଥିଲା। ପୋଲିସ୍ ଏବେ ଏହି ମହିଳାଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.