ଏମିତି ଏକ ଗାଁ ଯେଉଁଠାରେ ହନୁମାନଙ୍କ ନାଁ ଧରିବା ମଧ୍ୟ ପାପ : ଜାଣନ୍ତୁ କେଉଁଠି

Published By : Prameya-News7 Bureau | June 29, 2019 IST

ଭଗବାନଙ୍କୁ ପ୍ରାୟ ସମସ୍ତେ ବିଶ୍ୱାସ କରନ୍ତି । ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସତ୍ୟ ମନରେ ଭଗବାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ବିଶ୍ୱାସ କରନ୍ତି ନାହିଁ । ହନୁମାନ ଆଜି ମଧ୍ୟ ଆମର ରହିଛନ୍ତି ବୋଲି ବିଶ୍ୱାସ ରହିଛି । ହନୁମାନ ଭଗବାନଙ୍କ ଉପରେ ଲୋକଙ୍କ ଅତୁଟ ବିଶ୍ୱାସ ରହିଛି । ସଚ୍ଚୋଟ ମନରେ ହନୁମାନଙ୍କୁ ପୂଜା କଲେ ମନୋସ୍କାମନା ପୁରଣ ହୁଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି । ହନୁମାନଙ୍କୁ କଳିଯୁଗର ଦେବତା ବୋଲି କୁହାଯାଏ । ସେ ସମସ୍ତ ସଙ୍କଟ ହରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠାରେ ହନୁମାନଙ୍କ ନାଁ ନେବା ମଧ୍ୟ ପାପ ବୋଲି ବିଚାର କରାଯାଇଥାଏ । ତେବେ ଏହି ଗାଁଲୋକେ କାହିଁକି ହନୁମାନଙ୍କ ନାଁ ଧରିବା ପାପ ବୋଲି ବିଚାର କରନ୍ତି ଆସନ୍ତୁ ଜାଣିବା

{"id":128419}

ଉତ୍ତରାଖଣ୍ଡ ଚମେଲିରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ହନୁମାନଙ୍କ ନାଁ ଧରିବା ବର୍ଜନୀୟ । ଏଠାକାର ଲୋକେ ହନୁମାନଙ୍କୁ ଘୃଣା କରନ୍ତି । ତେବେ କାହିଁକି ଏହି ଗାଁଲୋକେ ହନୁମାନଙ୍କୁ ଘୃଣା କରନ୍ତି ?

{"id":128420,"width":581,"height":435}

ଯେତେବେଳେ ମେଘନାଦଙ୍କ ବାଣରେ ଲକ୍ଷ୍ମଣ ଆହତ ହୋଇଥିଲେ ସେତେବେଳେ ବୈଦ୍ୟ ସଞ୍ଜିବନୀ ବୁଟି ଆଣିବା ପାଇଁ ହନୁମାନଙ୍କୁ ପଠାଇଥିଲେ । ସେତେବେଳେ ହନୁମାନ ଉତ୍ତରାଖଣ୍ଡର ଚମେଲି ଜିଲ୍ଲାରେ ଥିବା ଦ୍ରୋଣଗିରି ପର୍ବତରେ ପହଞ୍ଚିଥିଲେ । ସେ ଜାଣି ପାରିନଥିଲେ ସଞ୍ଜିବନୀ ବୁଟି କେଉଁଟା । ସେଥିପାଇଁ ସେ ପୁରା ପର୍ବତ ଉଠାଇ ଆଣିଥିଲେ । ସେହିଦିନ ଠାରୁ ଏହି ଗାଁଲୋକେ ହନୁମାନଙ୍କ ଉପରେ ଅଭିମାନ କରିଛନ୍ତି । ଯୁଗ ଯୁଗ ଧରି ଏହି ପରମ୍ପରା ଏମିତି ଚାଲିଆସିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.