ଗାଁର ନାଁ ମଲାଣା : ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ପାହାଡୀ ଇଲାକାକୁ ଛୁଇଁପାରିନି ସଂକ୍ରମଣ

Published By : Prameya-News7 Bureau | May 25, 2021 IST

ହିମାଚଳ ପ୍ରଦେଶ ୨୫/୫: କରୋନା ପାଇଁ ସାରା ଦେଶରେ କୋହରାମ ପରିସ୍ଥିତି । କାହାର ଜୀବିକା ଅସମ୍ଭାଳ ହୋଇପଡୁଛି ତ ଆଉ କିଏ ପରିଜନଙ୍କୁ ହରାଇ ହୋଇପଡୁଛି ବେସାହାରା । ଲକଡାଉନ ସଟଡାଉନ ସତ୍ତ୍ୱେ ବୋଲମାନୁନି ସଂକ୍ରମଣ । ହୁଏତ ସଂକ୍ରମଣ ମାତ୍ରାରେ ସାମନ୍ୟା ହ୍ରାସ ହୋଇପାରେ । ହେଲେ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ୍ । ଏହାରି ଭିତରେ ମହାମାରୀ ଭଳି ଉଭା ହୋଇଛି ବ୍ଲାକ, ହ୍ୱାଇଟ, ୟେଲୋ ଭଳି ଫଙ୍ଗସ । ଯାହାକି ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି । ତେବେ ଏହାରି ଭିତରେ ବି କିଛି ଭଲ ଖବର ଲୋକଙ୍କୁ ବଞ୍ଚିବାର ପ୍ରେରଣା ଯୋଗାଉଛି ।

wp:gallery {"ids":[456963],"linkTo":"none"} /wp:gallery

ଦୁନିଆରେ ଏମିତି ବି ସ୍ଥାନ ଅଛି, ଯେଉଁଠିକି ପହଞ୍ଚିପାରିନି ମହାମାରୀ । ଛୋଟିଆ ଗାଁ ହେଲେ ବି କରୋନାର ପାଦଚିହ୍ନ ଏଠାରେ ପଡିପାରିନି । ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଥିବା ବହୁତ ପୁରୁଣା ଲୋକତନ୍ତ୍ରର ନାଁ ବୋଲାଉଥିବା ମଲାଣା ଗାଁ ଏବେ ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ । ଗାଁ ଲୋକଙ୍କ ପ୍ରଚେଷ୍ଟାରୁ ଏଠାକୁ ଛୁଇଁପାରିନି କରୋନା ମହାମାରୀ । ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଲୋକ ଥିବାବେଳେ ଏଠାରେ କିନ୍ତୁ କମ୍ ଲୋକ ଅଛନ୍ତି । ହେଲେ ବି ଏହି ଗାଁର ରହିଛି କିଛିଟା ସ୍ୱତନ୍ତ୍ରତା ।

wp:gallery {"ids":[456962],"linkTo":"none"} /wp:gallery

ଗାଁରେ ଲୋକେ ସର୍ବଦା ଏକାନ୍ତ ବସବାସ କରିବାକୁ ପସନ୍ଦ କରନ୍ତି । ପୂର୍ବରୁ ଗାଁକୁ ଲୋକଙ୍କ ଯିବା ଆସିବା ଥିବାବେଳେ ଏବେ କିନ୍ତୁ ଭାଇରସ ହେବା ଦିନଠାରୁ ଗାଁକୁ ବାହାର ଲୋକଙ୍କ ଯିବା ଆସିବାର ଲାଗିଛି କଟକଣା । ପାଖାପାଖି ଗତବର୍ଷ ମାର୍ଚ୍ଚ ମାସରୁ ଏଠାକୁ ଗାଁ ଲୋକଙ୍କୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନର ଲୋକଙ୍କୁ ଆସିବାକୁ ଦିଆଯାଇନି । ସେଥିପାଇଁ ବୋଧେ ଏହି ଗାଁକୁ ସ୍ପର୍ଶ କରିପାରିନି ଭାଇରସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.