Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଟାଣ ଖରାକୁ କରୋନା ମହାମାରୀ: ରାସ୍ତାକୁ ଓହ୍ଲାଇ ଡ୍ୟୁଟି କରୁଛନ୍ତି ଗର୍ଭବତୀ ଡିଏସପି, ସୋସିଆଲ ମିଡିଆରେ ପ୍ରଶଂସାର ସୂଅ

20/04/2021 at 5:49 PM

ନୂଆଦିଲ୍ଲୀ ୨୦।୦୪: ଟାଣ ଖରାକୁ କରୋନା ମହାମାରୀ ବିପଦ। ଯେଉଁ ସମୟରେ ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରୁହନ୍ତି ସେହି ସମୟରେ ରାସ୍ତାରେ କରୋନା ପ୍ରୋଟୋକଲ ପାଳନ କରାଉଥିବା ଜଣେ ଡିଏସପିଙ୍କ ଫଟୋ ଭାଇରାଲ ହୋଇଛି। ଭାଇରାଲ ହେବାର କାରଣ ମହିଳା ଡିଏସପି ଗର୍ଭବତୀ ଅଛନ୍ତି ଏବଂ ହାତରେ ଲାଠି ଧରି କରୋନା ବିରୁଦ୍ଧ ଲଢେଇରେ ମୋର୍ଚ୍ଚା ସମ୍ଭାଳିଛନ୍ତି। ଗର୍ଭବତୀ ପରେ ମଧ୍ୟ ରାସ୍ତାକୁ ଓହ୍ଲାଇ ଏମିତି ପ୍ରତିକୂଳ ପରିସ୍ଥିତିରେ ଡ୍ୟୁଟି କରୁଥିବା ଡିଏସପିଙ୍କୁ ଲୋକେ ସାଲ୍ୟୁଟ କରୁଛନ୍ତି।

ସାମାଜିକ ଗଣମାଧ୍ୟମରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଡିଏସପି ଶିଳ୍ପା ସାହୁ ରାସ୍ତାରେ କିଛି ଅନ୍ୟ ଯବାନଙ୍କ ସହ ମିଶି ଲୋକଙ୍କ ଉପରେ କଡା ନଜର ରଖିଛନ୍ତି। ସେ ସଡକକୁ ବାହାରୁଥିବା ଲୋକଙ୍କୁ ଏହାର କାରଣ ପଚାରୁଛନ୍ତି। ଏଥିସହ କରୋନା ଗାଇଡଲାଇନ୍ ପାଳନ କରିବାକୁ ଅପିଲ୍ କରୁଛନ୍ତି। ଡିଏସପି ସାହୁ ଛତିଶଗଡର ନକ୍ସଲ ପ୍ରଭାବିତ ବସ୍ତର ଡିଭିଜନର ଦାନ୍ତେଓ୍ଵାଡାରେ ନିଯୁକ୍ତ ଅଛନ୍ତି।

ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ, ମହିଳା ଡିଏସପି ହାତରେ ଲାଠି ଧରି ମୁହଁରେ ପ୍ରୋଟେକ୍ଟିଭ୍ ସିଲ୍ଡ ଲଗାଇଛନ୍ତି। ଟାଣ ଖରାରେ ଡ୍ୟୁଟି କରି ଲୋକଙ୍କୁ ପଦାକୁ ବାହାରିବାର କାରଣ ପଚାରୁଛନ୍ତି। ଏହି ଭିଡିଓ ସଭିଙ୍କ ପାଇଁ ଏକ ଉଦାହରଣ ଯେ, ଆମ ଆଗ ଧାଡିର କରୋନା ଯୋଦ୍ଧା କେଉଁ ଭଳି ନିଜ ଜୀବନକୁ ବିପଦରେ ପକାଇ ପ୍ରତି ଦିନ ଡ୍ୟୁଟି କରୁଛନ୍ତି।

   Related Posts