Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାମୁକ ଦାଦାର ଯୌନଲାଳସାର ଶିକାର ଯୁବତୀ ଜନ୍ମ କଲେ ପୁତ୍ର ସନ୍ତାନ : ୩ଲକ୍ଷ ଟଙ୍କାରେ ଛୁଆକୁ ବିକିଦେଲେ ହସ୍ପିଟାଲ କର୍ମଚାରୀ

27/08/2019 at 2:14 PM

ଲୁଧିଆନା ୨୭/୮: ଡେହଲୋ ଗାଁରେ ରହୁଥିବା ଜଣେ ଯୁବତୀ ତାଙ୍କ ଦାଦାର ଯୌନ ଲାଳସାର ଶିକାର ହୋଇ ଗର୍ଭବତୀ ହୋଇଯାଇଥିଲେ। ଲୋକ ଲଜ୍ୟା ଭୟରେ ପ୍ରଥମେ ପରିବାର ଲୋକେ ଏବିଷୟରେ ପୋଲିସ ନିକଟରେ ଅଭିଯୋଗ କରିନଥିଲେ। ପରେ ଯୁବତୀ ଜଣକ ସିଭିଲ୍ ହସ୍ପିଟାଲରେ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ପରିବାର ଲୋକେ ସନ୍ତାନକୁ ସିଭିଲ ହସ୍ପିଟାଲ କର୍ମୀଙ୍କୁ ପ୍ରଦାନ କରିଦେଇଥିଲେ। ଏହା ପରେ ଜଣା ପଡ଼ିଥିଲା ଯେ ଜଣେ ସଫେଇ କର୍ମଚାରୀମାନେ ଦଲାଲ ସହ ମିଶି ଏହି ନବଜାତ ଶିଶୁକୁ ବିକି ଦେଇଥିଲେ। କୁହାଯାଉଛି ଯେ ଏମାନେ ଶିଶୁକୁ ୩ଲକ୍ଷ ଟଙ୍କାରେ ବିକିଦେଇଛନ୍ତି।

ଡେହଲୋ ଥାନାରେ ଶନିବାର ଏହି ମାମଲାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଦାଦା ବିରୋଧରେ ମାମଲା ରୁଜୁ କରି ତାକୁ ଗିରଫ କରିଛି। ଏହା ପରେ ଲୁଧିଆନାର ସରକାରୀ ହସ୍ପିଟାଲରେ କାମ କରୁଥିବା ୨ଜଣ କର୍ମଚାରୀଙ୍କୁ ମଧ୍ୟ ପୋଲିସ୍ ଅଟକ ରଖି ପଚରାଉଚୁରା ଚଳାଇଛି।

ପୀଡ଼ିତାଙ୍କ ମାଆ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ମାଆ କହିଥିଲେ ଯେ କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ୧୯ବର୍ଷର ଝିଅ ଗର୍ଭବତୀ ଅଛି। ସେ ଝିଅଙ୍କୁ ପଚାରିବାରୁ ତାଙ୍କ ଝିଅ କହିଥିଲେ ଯେ ତାଙ୍କ ନିଜ ଦାଦା ପରିବାର ଲୋକଙ୍କ ଅନୁପସ୍ଥିତିରେ ତାଙ୍କୁ ଦୁଷ୍କର୍ମ କରିଥିଲା। ପରିବାର ଲୋକଙ୍କ ଚାପ ଓ ଲୋକଲଜୃା ଭୟରେ ସେମାନେ ଚୁପ୍ ରହିଥିଲେ। ଜୁଲାଇ ୨୬ ତାରିଖରେ ଯୁବତୀଙ୍କୁ ପରିବାର ଲୋକେ ଲୁଧଆନାର ସରକାରୀ ହସ୍ପିଟାଲ ନେଇଯାଇଥିଲେ। ଏଠାରେ ପୀଡ଼ିତା ଯୁବତୀ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ପରିବାର ଲୋକେ ଶିଶୁକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ।

ପୀଡ଼ିତାଙ୍କ ମାଆ କହିଥିଲେ ଯେ ସିଭିଲ ହସ୍ପିଟାଲରେ ସଫେଇ କର୍ମଚାରୀ ଶିଶୁକୁ ପାଳନ ପୋଷଣ କରିବା କଥା କହି ତାଙ୍କଠୁ ଶିଶୁକୁ ମାଗିଥିଲେ। ସେ ଶିଶୁକୁ ତାଙ୍କୁ ଦେଇ ଦେଇଥିଲେ ଏବଂ ନିଜ ଝିଅକୁ ଘରକୁ ନେଇ ଆସିଥିଲେ।

 ଦୁଷ୍କର୍ମକାରୀ  ଦାଦା ଏବେବି  ସେମାନଙ୍କୁ ଧମକ ଦେଉଛି । ଫଳରେ ପୋଲିସ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପରେ ଜଣା ପଡ଼ିଥିଲା ଯେ ସିଭିଲ୍ ହସ୍ପିଟାଲରେ ଥିବା କର୍ମଚାରୀମାନେ ଶିଶୁକୁ ଅନ୍ୟକୁ ବିକି ଦେଇଛନ୍ତି। ପୋଲିସ୍ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

   Related Posts