ଭୟଙ୍କର ରାକେଟ୍: ୧୩ ବର୍ଷର ବାଳକକୁ ଅପହରଣ ପରେ ଦୁଷ୍କର୍ମ, କରାଇଲେ ଜବରଦସ୍ତି ଲିଙ୍ଗ ପରିବର୍ତ୍ତନ, କିନ୍ନର କରି ମଗାଉଥିଲେ ଭିକ
15/01/2021 at 5:29 PM

ନୂଆଦିଲ୍ଲୀ ୧୫/୦୧: ବୟସ ମାତ୍ର ୧୩ ବର୍ଷ। ଜନ୍ମରୁ ପୁଅ କିନ୍ତୁ ପଶୁମାନେ ଜବରଦସ୍ତି ଲିଙ୍ଗ ପରିବର୍ତ୍ତନ କରାଇ ଗଣଦୁଷ୍କର୍ମ କରୁଥିଲେ। ଏପରିକି ଶାଢ଼ୀ ପିନ୍ଧାଇ କିନ୍ନର ସଜାଇ ଟ୍ରାଫିକ୍ରେ ଛିଡ଼ା କରି ଭିକ୍ଷା ମାଗିବାକୁ ବାଧ୍ୟ କରୁଥିଲେ ଅମଣିଷ। ଯେଉଁ ବୟସରେ ଖେଳକୁଦ କରି ବନ୍ଧୁମାନଙ୍କ ସହ ସମୟ ବିତାଇଥାନ୍ତା କିନ୍ତୁ ମଣିଷ ରୂପି ରାକ୍ଷସମାନେ ତାକୁ ଧନ୍ଦାବାଲୀ ବି ସଜାଇଦେଲ। ଦିବ୍ୟ (ଛଦ୍ମନାମ)ର ବୟସ ୧୩ ବର୍ଷ। କିନ୍ତୁ ସେ ଭଲ ନାଚେ। ତାକୁ ନାଚ ଶିଖାଇବାକୁ କହି ନେଇଯାଇଥିଲା ଅଭିଯୁକ୍ତ। ବାରରେ ନାଚିବାକୁ କହିବା ସହ ତାକୁ କିଛି ପଇସା ମଧ୍ୟ ଦେଉଥିଲା ଅଭିଯୁକ୍ତ। ପରେ ଜବରଦସ୍ତି ଦିବ୍ୟର ଲିଙ୍ଗ ପରିବର୍ତ୍ତନ କରି ଅଭିଯୁକ୍ତ ନିଜର ୫ ବନ୍ଧୁଙ୍କ ସହ ମିଶି ଦୁଷ୍କର୍ମ କରୁଥିଲା। ଏହି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି।
ଦିଲ୍ଲୀର ଗୀତା କଲୋନି ଅଞ୍ଚଳରେ ଦିବ୍ୟ ରହୁଥିବା ବେଳେ ତାକୁ ୩ ବର୍ଷ ପୂର୍ବରୁ ଅଭିଯୁକ୍ତମାନେ ବନ୍ଧୁତା ବଢ଼ାଇ ନେଇଯାଇଥିଲେ। ପରେ ତାକୁ ଡ୍ୟାନ୍ସ କରାଇବା ସହ ଟଙ୍କା ବି ଦିଆଯାଉଥିଲା। ଏମିତି ଧିରେ ଧିରେ ଦିବ୍ୟର ଶରୀରରେ ନିଶା ଦ୍ରବ୍ୟ ଇଞ୍ଜେକ୍ସନ ମାଧ୍ୟମରେ ଦେଉଥିଲେ ଅଭିଯୁକ୍ତ। ଜବରଦସ୍ତି ଲିଙ୍ଗ ପରିବର୍ତ୍ତନ କରାଇ ତା ସହ ଦୁଷ୍କର୍ମ ବି କରୁଥିଲେ। ଏହା ସହ କିଛି ହରମୋନ୍ ଇଞ୍ଜେକ୍ସନ ଦେଇ ଦିବ୍ୟକୁ ପୁରା ଝିଅରେ ପରିବର୍ତ୍ତନ କରାଇ ଦେଇଥିଲେ।
ଦିବ୍ୟକୁ ଝିଅ କରିଦେବା ପରେ ତାକୁ ଦେହ ବ୍ୟବସାୟରେ ଲଗାଉଥିଲେ ଅଭିଯୁକ୍ତ। ଏପରିକି କିନ୍ନର ସଜାଇ ଭିକ୍ଷା ମାଗିବାକୁ ବାଧ୍ୟ ବି କରୁଥିଲେ। ଯଦି ଏନେଇ ସେ କାହାକୁ କିଛି କହିବ ତେବେ ତା ପରିବାରକୁ ହତ୍ୟା କରିଦିଆଯିବ ବୋଲି ଧମକ ମଧ୍ୟ ଦିଆଯାଉଥିଲା। ଭିକ୍ଷା ମାଗିବାକୁ ଗଲେ ମଉକା ପାଇ ଦିବ୍ୟ ତା ମାଙ୍କୁ ଦେଖା କରୁଥିଲା। ଏହି ଭଳି ଦିବ୍ୟ ଓ ସେଠାରେ ଥିବା ତାର ଜଣେ ବନ୍ଧୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ୨୦୨୦ ମାର୍ଚ୍ଚରେ ସେମାନେ ଖସିଯାଇଥିଲେ। କିନ୍ତୁ ରାକ୍ଷସମାନେ ତାଙ୍କୁ ଡିସେମ୍ବରରେ ଖୋଜି ପାଇବା ସହ ସେମାନଙ୍କ ପାଖରୁ ସବୁ ଟଙ୍କା ଛଡ଼ାଇ ଆଣିଥିଲେ। ଏହା ପରେ ଦୁଇ ଜଣଙ୍କ ସହ ଦୁଷ୍କର୍ମ ମଧ୍ୟ କରିଥିଲେ।
ପୁଣିଥରେ ଦିବ୍ୟ ଓ ତାର ବନ୍ଧୁ ଲୁଚି ପଳାଇଯିବା ସହ ଦିଲ୍ଲୀ ରେଳ ଷ୍ଟେସନ୍ରେ ଲୁଚି ଯାଇଥିଲେ। ପର ଦିନ ଜଣେ ଓକିଲ ସେମାନଙ୍କୁ ପାଇ ମହିଳା ଆୟୋଗଙ୍କୁ ହସ୍ତାନ୍ତର କରିଥିଲା। ଦିବ୍ୟ କହିଥିଲା ଯେ, ପୋଲିସ ଅଭିଯୋଗ ଫେରାଇବା ପାଇଁ ସେମାନଙ୍କୁ ବାରମ୍ବାର ଧମକ ଦେଉଥିଲା । ତେବେ ଦିଲ୍ଲୀ ମହିଳା ଆୟୋଗ ସଦସ୍ୟ ସାରିକା ଚୌଧୁରୀ ଥାନରେ ଏତଲା ଦେଇଥିଲେ। ପୋଲିସ ୩୭୭, ୩୬୩, ୩୨୬, ୫୦୬, ୩୪୧ ଦଫା ଓ ପୋକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପୋଲି ଖୋଜୁଛି।