ଗୋଟେ ଆମ୍ବର ଦାମ ପାଖାପାଖି ୫୦୦ ଟଙ୍କା ,ଜାଣନ୍ତୁ କିସମ
21/05/2019 at 2:50 PM

ଆମ୍ବକୁ ଫଳ ଭିତରେ ରାଜା କୁହନ୍ତି। ଆମ୍ବର ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ମୁହଁରେ ପାଣି ଆସିଯାଏ। କାରଣ ଆମ୍ବର ସ୍ବାଦ ଅନ୍ୟ ଫଳଠୁ ବେଶ ଅଲଗା। ଆମ୍ବର ରସ ଖରା ଦିନେ ଲୋକେ ପିଇବା ପାଇଁ ଭଲ ପାଆନ୍ତି। ଆଜିକାଲି ବିଭିନ୍ନ ପ୍ରକାରର ଆମ୍ବ ବଜାରରେ ଦେଖିବାକୁ ମିଳୁଛି।

ତେବେ ଏମିତି ଏକ କିସମର ଆମ୍ବ ରହିଛି ଯାହାକୁ ଆମ୍ବର ରାଣି କୁହାଯାଏ। ଏହି ଆମ୍ବର ସ୍ବାଦ ଖୁବ୍ ନିଆରା। ଏହି ଆମ୍ବକୁ ସବୁଠୁ ଅଧିକ ଲୋକ ପସନ୍ଦ କରୁଛନ୍ତି। ଏହି ଆମ୍ବ ବହୁଳ ଭାବେ ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର କଟିୱାଡା କ୍ଷେତ୍ରରେ ଦେଖିବାକୁ ମିଳେ।
ପ୍ରକୃତରେ ଏହି ଆମ୍ବ ପ୍ରଥମେ ଆଫଗାନିସ୍ତାନରେ ଦେଖାଯାଇଥିଲା। ଏହି ଆମ୍ବ ଗଛର ଉଚ୍ଚତା ପାଖାପାଖି ୧ ଫୁଟ୍ । ଆମ୍ବର ଓଜନ ଶୁଣିଲେ କିନ୍ତୁ ହୋସ ଉଡିଯିବ। ଏହି ଆମ୍ବର ଗୋଟେ ଟାକୁଆର ଓଜନ ୧୫୦-୨୦୦ ଗ୍ରାମ। ଆମ୍ବର କ୍ବାଲିଟି ଭଲ ଥିବାରୁ ଏହାର ଅମଳ ବହୁତ କମ ହୋଇଥାଏ।

ଏଥିପାଇଁ ଏହି ଆମ୍ବ ବଜାରକୁ ଆସିଲେ ଏହାର ଆଗୁଆ ବୁକିଂ କରାଯାଏ। ସ୍ବାଦରେ ଏହି ଆମ୍ବ ଯେମିତି ଦାମରେ ମଧ୍ୟ ସେମିତି। ଏହି ଆମ୍ବ ଗୋଟିକୁ ପାଖାପାଖି ୫୦୦ ଟଙ୍କା।
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021