ପରିବା ବିକାଳି କରୋନା ସଂକ୍ରମିତ ! ୨୦୦୦ ଜଣ କ୍ୱାରେଣ୍ଟାଇନରେ, ବଢିଲା କମ୍ୟୁନିଟୀ ଟ୍ରାନ୍ସମିଶନ ଆଶଙ୍କା

Published By : Prameya-News7 Bureau | April 19, 2020 IST

ଆଗ୍ରା, ୧୯|୦୪:  ଉତ୍ତରପ୍ରଦେଶରେ କରୋନା ଭାଇରସ ଅଣାୟତ ହେବାକୁ ଯାଉଛି । ଆଗ୍ରା ଜିଲ୍ଲାରେ ଯେଭଳି ଭାବେ ଏହାର ସଂକ୍ରମଣ ବ୍ୟାପିବାରେ ଲାଗିଛି ତାକୁ ନେଇ କମ୍ୟୁନିଟୀ ଟ୍ରାନ୍ସମିଶନ ହେବାର ସମ୍ଭାବନା ରହିଛି । ସହରର ଫ୍ରିଙ୍ଗଜର ଚମନଲାଲରେ ଜଣେ ପରିବା ବିକାଳି କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସାରା ଜିଲ୍ଲାର ଆତଙ୍କ ଖେଳିଯାଇଛି । ପ୍ରଶାସନ ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨୦୦୦ ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କହିଛି ।

କୁହାଯାଉଛି ଯେ, ସଂକ୍ରମିତଜଣଙ୍କ ଅଟୋ ଚଲାଉଥିଲେ । ଲକଡାଉନ ପରେ ସେ ପରିବା ବିକ୍ରି କରୁଥିଲେ । ଦେହ ଖରାପ ହେବା ପରେ ତାଙ୍କର ଯେତେବେଳେ କରୋନା ଟେଷ୍ଟ ହୋଇଥିଲା ସେତେବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏବେ ଜିଲ୍ଲା ପ୍ରଶାସନ ଆଗରେ ପରିବା ବିକାଳିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବା ଏକ ଚ୍ୟାଲେଞ୍ଜ ହୋଇଛି । ଏବେସୁଦ୍ଧା ୨୦୦୦ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ସେ ସଂକ୍ରମିତ କିପରି ହେଲେ ତାକୁ ନେଇ ବଡ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ସେ ଅଟୋ ଚଲାଇବା ବେଳେ ନା ପରିବା ବିକ୍ରି ସମୟରେ ସଂକ୍ରମିତ ହୋଇଛନ୍ତି ତାହାର ଖୋଳତାଡ ଆରମ୍ଭ ହୋଇଛି । ଏହାସହ ସେ କାହା କାହା ସମ୍ପର୍କରେ ଆସିଛନ୍ତି ତାହାକୁ ଟ୍ରେସ୍ କରିବା ପ୍ରଶାସନ ପାଇଁ କାଠିକର ପାଠ ।

ସୂଚନାଯୋଗ୍ୟ, ଆଗ୍ରାକୁ ଉତ୍ତରପ୍ରଦଶରେ ହଟସ୍ପଟ୍ କୁହାଯାଉଛି । ଏଠାରେ ୨୪୧ଜଣ ସଂକ୍ରମିତ ରହିଛନ୍ତି । ଏବସୁଦ୍ଧା ଏଠାରେ ୫ଜଣ ସଂକ୍ରମିତ ପ୍ରାଣ ହରାଇ ସାରିଛନ୍ତି । ଡାକ୍ତରମାନେ ମଧ୍ୟ କମ୍ୟୁନିଟୀ ସଂକ୍ରମଣ ହେବାର ଆଶଙ୍କା କରୁଛନ୍ତି ।

ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଜିଲ୍ଲା ପ୍ରଶାସନ ଦିନ ରାତି କରୋନା ମୁକାବିଲା କରୁଛନ୍ତି । କିନ୍ତୁ ଜନସାଧାରଣ ଠିକ ଭାବେ ଲକଡାଉନକୁ ପାଳନ କରୁନଥିବା ଅଭିଯୋଗ ହେଉଛି ।ତେଣୁ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.