Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆମେରିକାର ଗୋଟିଏ ବୋମା ଜାପାନକୁ ହଲାଇ ଦେଇଥିଲା, ଅକାଳି ଦଳର ବୋମା ଏବେ ମୋଦୀ ସରକାରକୁ ଦୋହଲାଇ ଦେଇଛି

25/09/2020 at 8:14 PM

ନୂଆଦିଲ୍ଲୀ ୨୫।୦୯: ଶିରୋମଣି ଅକାଳି ଦଳର ସଭାପତି ସୁଖବୀର ସିଂହ ବାଦଲ କୃଷି ବିଧେୟକକୁ ନେଇ କେନ୍ଦ୍ର ସରକାର ଉପରେ ପ୍ରବଳ ନିଶାଣ କରିଛି। ପଞ୍ଜାବର ଅମୃତସରରେ ଏକ କାର୍ଯ୍ୟକ୍ରମରେ ସୁଖବୀର ସିଂହ ବାଦଲ କହିଛନ୍ତି ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇ ପୂରା ଦୁନିଆକୁ ହଲାଇ ଦେଇଥିଲା। ସେହି ପରି ଅକାଳି ଦଳର ବୋମାରେ ମୋଦୀ ସରକାର ଦୋହଲି ଯାଇଛି। ଗତ ଦୁଇ ମାସରେ କୃଷକଙ୍କ ବିଷୟରେ କେହି  ହେଲେ ପଦୁଟିଏ ଶବ୍ଦ କହୁନଥିଲେ। ମାତ୍ର ଏହା ଉପରେ ବର୍ତ୍ତମାନ ସରକାରଙ୍କ ୫-୫ ମନ୍ତ୍ରୀ କଥା କହୁଛନ୍ତି।

ସଂସଦରେ ନିକଟରେ ଗୃହୀତ ବିବାଦୀୟ କୃଷି ବିଧେୟକ ବିରୋଧରେ ଆହୂତ ପଞ୍ଜାବ ବନ୍ଦ ଆଧାରରେ କୃଷକ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି। ପୂର୍ଣ୍ଣତୟା ପଞ୍ଜାବ ପାଇଁ ଭାରତୀୟ କୃଷକ ସଂଗଠନ ତତ୍ଵାବଧାନରେ ୩୧ କୃଷକ ସଂଗଠନ ସହିତ ହାତ ମିଳାଇଛନ୍ତି। ବନ୍ଦକୁ ଭାରତୀୟ କୃଷକ ସଂଗଠନ କ୍ରାନ୍ତିକାରୀ, କିରତି କୃଷକ ସଂଗଠନ, ଭାରତୀୟ କୃଷକ ସଂଗଠନ, କୃଷକ ଶ୍ରମିକ ସଂଘର୍ଷ କମିଟି ଆଦି ସଂଗଠନ ସମର୍ଥନ ଦେଇଛି।

ହରିୟାଣାର ବିଧେୟକ ବିରୋଧରେ କିଛି କୃଷକ ସଂଗଠନ ଦ୍ଵାରା ଆହୂତ ରାଷ୍ଟ୍ରବ୍ୟାପି ହଡତାଳକୁ ଅନେକ ସଂଗଠନ ସମର୍ଥନ କରିଛି। ଅଧିକାରୀ କହିଛନ୍ତି  ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି।

   Related Posts