ସମ୍ବଲପୁର ଟାଉନ୍ ଭିତରକୁ ପଶିଆସିଲା ମହାରାଷ୍ଟ୍ରର ଟ୍ରକ୍, ଲୋକେ ଆତଙ୍କିତ

Published By : Prameya-News7 Bureau | May 07, 2020 IST

ସମ୍ବଲପୁର ୬।୫ : ମହାରାଷ୍ଟ୍ରର ଏକ ଟ୍ରକ୍ ଏନଏଚରେ ଦୁର୍ଘଟଣା ଘଟାଇ ସମ୍ବଲପୁର ଟାଉନ୍ ଭିତରକୁ ପଶିଆସିଛି । ରାସ୍ତା ନପାଇବାରୁ ଡିଆଇଜି ଅଫିସ ପୂର୍ବରୁ ନିର୍ମାଣଧିନ ଫ୍ଲାଏ ଓଭର ଆରମ୍ଭ ସ୍ଥଳରେ ଫସି ଯାଇଛି । ତେଣୁ ମହାରାଷ୍ଟ୍ରର ଟ୍ରକ୍ ହୋଇଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି । ଏତେ ନିୟମ କଡାକଡି ସତ୍ତ୍ବେ କେମିତି ସହର ଭିତରକୁ ଟ୍ରକଟି ପଶି ଆସିଲା ସାଧାରଣରେ ପ୍ରଶ୍ନ ଉଠିଛି ।

କରୋନା ମହାମାରୀକୁ ନେଇ ଲୋକେ ଯେତେ ସଚେତନ ସେତେ ମାତ୍ରାରେ ଭୟଭୀତ ମଧ୍ୟ ଅଛନ୍ତି । ବାହାର ରାଜ୍ୟ ତଥା ଜିଲ୍ଲା ବାହାରୁ କେହି ଆସିଲେ ଲୋକେ ତାଙ୍କୁ ଭୟ କରୁଛନ୍ତି । ଦୁଇ ଦିନ ପୂର୍ବରୁ କିଛି ସୁରଟ ଫେରନ୍ତା ସମ୍ବଲପୁର ଦେଇ ଅନ୍ୟ ଜିଲ୍ଲାକୁ ଯାଉଥିବାବେଳେ ସମ୍ବଲପୁର ଜେଲ୍ ଛକରେ ଓହ୍ଲାଇ ଫଳ କିଣିବା ସହ ୧୭ରୁ ଉର୍ଦ୍ଧ୍ବ ବ୍ୟକ୍ତି ବୁଲାବୁଲି କରିଥିଲେ । ଯାହା ଦ୍ବାରା ସ୍ଥାନୀୟ ବାସିନ୍ଦା ଭୟଭୀତ ହେବା ସହ ପୋଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଜି ମଧ୍ୟ ମହାରାଷ୍ଟ୍ରର ଟ୍ରକ୍ ଟିକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.