ବାଲି ବୋଝେଇ ଟ୍ରକକୁ ୨୫ ହଜାର ଟଙ୍କାର ଜରିମାନା
5/01/2021 at 8:07 PM

ଭଦ୍ରକ ୦୫।୦୧: ଗତ ବର୍ଷ ଠିକ୍ ଏହି ସମୟରେ ରାଜ୍ୟରେ ଗାଡି କାଜଗପତ୍ର ଯାଞ୍ଚ ଜୋରସୋରରେ ଚାଲିଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କାର ଚାଲାଣ କଟା ଯାଉଥିଲା। ଗୋଟେ ଗୋଟେ ଗାଡିରୁ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯିବା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ପୁଣି ଥରେ ଗାଡିର କାଗଜପତ୍ର ଯାଞ୍ଚ ଆରମ୍ଭ ହୋଇଛି। ଏହି କ୍ରମରେ ଏକ ବାଲି ଗାଡିକୁ ଲାଗିଛି ୨୫ ହଜାର ଟଙ୍କାର ଜରିମାନା। ଏହି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

ବନ୍ତ ତହସିଲଦାରଙ୍କ ଏନଫୋର୍ସମେଣ୍ଟ ଟିମ ଦ୍ୱାରା ବେଆଇନ ବାଲି ବୋଝେଇ ଟ୍ରକ ଜବତ ହୋଇଛି। ବେଆଇନ ଭାବେ ବାଲି ଚାଲାଣ ପାଇଁ ୨୫ ହଜାର ଟଙ୍କାର ଜରିମାନା ଲାଗଯାଇଛି । ଟ୍ୱିଟ ଯୋଗେ ସୂଚନା ଦେଇଛି ଭଦ୍ରକ ପ୍ରଶାସନ। ଏହି ଚାଲାଣ ଖବର ଶୁଣି ଗାଡିରେ ବେଆଇନ ସାମଗ୍ରୀ ଚାଲାଣ କରୁଥିବା ଲୋକଙ୍କ ମଧ୍ୟରେ ଛନକା ପଶିଛି।