ଢ଼େଙ୍କାନାଳ ଜିଲ୍ଲାରୁ ମୋଟ୍ ୫୩ ଜଣ ଦାନ କରିବେ ପ୍ଲାଜମା : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Published By : Prameya-News7 Bureau | July 27, 2020 IST

ଢ଼େଙ୍କାନାଳ୨୭/୭: ପ୍ଲାଜମା ଦାନ ସମ୍ପର୍କରେ ସଚେତନତା ଏବଂ ସମୀକ୍ଷା କରିବାକୁ ଢେଙ୍କାନାଳ ଦାୟିତ୍ୱରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଢେଙ୍କାନାଳ ଗ୍ରସ୍ତରେ ଯାଇଥିଲେ। ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ପରଜଙ୍ଗ ବିଧାୟକ ଡା ନୃସିଂହ ଚରଣ ସାହୁଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ କରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଆଜି ଠାରୁ ରାଜ୍ୟରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାରୁ ମୋଟ ୫୩ ଜଣ ପ୍ଲାଜମା ଦାନ ପାଇଁ ପ୍ରସ୍ତୁତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.