ଭାରତରେ ଏବେ ସୁଦ୍ଧା ଏକ କୋଟି ଲୋକଙ୍କର ହୋଇଛି କରୋନା ଟେଷ୍ଟ୍ : ଗତ ୨୪ଘଣ୍ଟାରେ ୨.୬୨ଲକ୍ଷ ଲୋକେ କରାଇଛନ୍ତି ଟେଷ୍ଟ୍
8/07/2020 at 10:21 AM

ନୂଆଦିଲ୍ଲୀ ୮/୭: କରୋନା ଭାଇରସର ପ୍ରକୋପ ଥମିବାର ନାଁ ନେଉନାହିଁ। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ସମୟରେ ଦେଶବ୍ୟାପି କରୋନା ଟେଷ୍ଟିଂକୁ ନେଇ ମଧ୍ୟ ସୁଧାର ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ୨.୬୨ଲକ୍ଷ ଲୋକଙ୍କ କରୋନା ଟେଷ୍ଟ୍ କରାଯାଇଛି। ନୂଆ ଟେଷ୍ଟିଂ ପରେ ଏବେ ସୁଦ୍ଧା ମୋଟ ୧କୋଟିରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ୍ କରାଯାଇ ସାରିଛି।
ଭାରତରେ କରୋନାରେ ୭,୪୩,୪୮୧ଜଣ ବ୍ୟକ୍ତି ସଂକ୍ରମିତ ହୋଇ ସାରିଛନ୍ତି। ସେହିପରି ଏହି ମାରାତ୍ମକ ଭାଇରସରେ ଏବେ ସୁଦ୍ଧା ୨୦,୬୫୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ଆଶ୍ବସ୍ତିର କଥା ଏହିକି ଯେ ୪,୫୭,୦୫୮ଜଣ ଏହି ଭାଇରସକୁ ମାତ୍ ଦେଇ ସୁସ୍ଥ ହୋଇ ସାରିଛନ୍ତି। ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୨,୬୫,୬୭୦।
ସମଗ୍ର ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୦୬,୬୧୯। ଏବେ ଏଠାରେ ସକ୍ରିୟ ମାମଲା ସଂଖ୍ୟା ୭୬,୯୧୧। ସେହିପରି ୧,୧୧,୭୪୦ଜଣ ଭାଇରସକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ଏଠାରେ ଏବେ ସୁଦ୍ଧା ୮,୮୨୨ଜଣ କରୋନାର ଶିକାର ହେବା କାରଣରୁ ପ୍ରାଣ ହାରି ସାରିଛନ୍ତି।