ଭୁଷୁଡିଲା ତିନି ମହଲା କୋଠା, ଭଙ୍ଗା ଘର ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ !

Published By : Prameya-News7 Bureau | February 08, 2020 IST

ମୋହାଲି ୦୮।୦୨: ଭୁଷୁଡିଲା ତିନି ମହଲା କୋଠା । ପଞ୍ଜାବର ମୋହାଲି ଜିଲ୍ଲାରେ ତିନି ମହଲା କୋଠା ଭୁଷୁଡିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ନିୟୋଜିତ ଅଛନ୍ତି । ଅନେକ ଲୋକ ତଳେ ଚାପି ହୋଇରହିଥିବା ଆଶଙ୍କା ।

{"id":221908,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଅପରାହ୍ନ ସମୟରେ ହଠାତ୍‌ ତିନି ମହଲା ବିଶିଷ୍ଠ କୋଠାଟି ଭୁଷୁଡି ପଡିଛି । କୋଠା ତଳେ କାମ କରୁଥିବା ଏକ ଜେସିବି ମେସିନ ଓ କର୍ମଚାରୀ ମଧ୍ୟ ତଳେ ଚାପି ହୋଇ ରହିଯାଇଛନ୍ତି । କୋଠା ତଳେ ଅନେକ ଲୋକ ମଧ୍ୟ ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରେ ଏନଡିଆରଏଫ୍‌ ଟିମ୍ , ସ୍ଥାନୀୟ ପୋଲିସ , ରାଜ୍ୟ ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ମିଳିନାହିଁ ।

wp:core-embed/twitter {"url":"https://twitter.com/ANI/status/1226087235889446912","type":"rich","providerNameSlug":"twitter","className":""}
https://twitter.com/ANI/status/1226087235889446912
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.