Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ

5/05/2021 at 9:52 PM

ନୂଆଦିଲ୍ଲୀ ୦୫।୦୫: ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ମଧ୍ୟରେ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ମୁଖ୍ୟ ପରାମର୍ଶଦାତା ବିଜୟ ରାଘବନ କହିଛନ୍ତି, ଦେଶରେ କରୋନାର ତୃତୀୟ ଲହର ମଧ୍ୟ ଆସିବ। କିନ୍ତୁ ସେ ଏହା କହି ନାହାନ୍ତି ଯେ, ତୃତୀୟ ଲହର କେବେ ଆସିବ। ମାତ୍ର ନୂତନ ଲହର ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି।

କେ ବିଜୟ ରାଘବନ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାଇରସ୍ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ତୃତୀୟ ଲହର ଏବେ ଆସିବା ବାକି ରହିଛି। ମାତ୍ର ଏହା ସ୍ପଷ୍ଟ ହୋଇନି ଯେ, ତୃତୀୟ ଲହର କେବେ ଆସିବ। ଆମକୁ ନୂତନ ଲହର ନେଇ ପ୍ରସ୍ତୁତି କରିବା ଉଚିତ୍। ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି ଯେ, ଭାଇରସ୍‌ର ଷ୍ଟ୍ରେନ୍ ପ୍ରଥମ ଷ୍ଟ୍ରେନ୍ ପରି ବ୍ୟାପିବାରେ ଲାଗିଛି। ଏଥିରେ ନୂତନ ପ୍ରକାର ସଂକ୍ରମଣର ଗୁଣ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନର ଭ୍ୟାରିଏଣ୍ଟ ବିରୋଧରେ ଭ୍ୟାକ୍ସିନ ପ୍ରଭାବଶାଳୀ ଅଟେ। ଦେଶ ଏବଂ ଦୁନିଆରେ ନୂତନ ଭେରିଏଣ୍ଟ ଆସିବାର ସମ୍ଭାବନା ରହିଛି। ସେ କହିଛନ୍ତି, ଗୋଟିଏ ଲହର ଶେଷ ହେବା ପରେ ସାବଧାନ ଏବଂ ସତର୍କତା ଅବଲମ୍ବନ ନକଲେ ପୁଣି ଥରେ ଭାଇରସ୍‌ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ।

କେନ୍ଦ୍ର ସରକାର କହିଛନ୍ତି, କିଛି ରାଜ୍ୟରେ କରୋନା କେସ୍  ହ୍ରାସ ପାଇବାର ସଙ୍କେତ ମିଳିଛି, ତଥାପି ୧୨ ରାଜ୍ୟରେ ଏବେ ମଧ୍ୟ ଏକ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ଯୁଗ୍ମ ସଚିବ କହିଛନ୍ତି, ଗତ ୨୪ ଘଣ୍ଟାରେ ଦେଶରେ ୩, ୮୨, ୩୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୨ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ୭ ରାଜ୍ୟରେ ୫୦ ହଜାରରୁ ଏକ ଲକ୍ଷ ସକ୍ରିୟ ରୋଗୀ, ୧୭ ରାଜ୍ୟରେ ୫୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ପ୍ରାୟ ଦେଢ ଲକ୍ଷ ସକ୍ରିୟ କେସ୍ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ମୃତ୍ୟୁ ମାମଲା ଅଧିକ ସାମ୍ନାରେ ଆସିଛି।

   Related Posts