ଘିଅ କି ତେଲ ନୁହେଁ, ନଦୀ ପାଣିରେ ଜଳେ ଏହି ମନ୍ଦିର ଦୀପ: ଦୀର୍ଘ ୫ ବର୍ଷ ହେଲା ଜଳୁଛି ଅଖଣ୍ଡ ଦୀପ

Published By : Prameya-News7 Bureau | September 08, 2021 IST

ଶାଜାପୁର ୦୮/୦୯ : ଭାରତରେ ଅନେକ ଚମତ୍କାର ସ୍ଥାନ ରହିଛି ଯେଉଁଥିପାଇଁ ସାରା ବିଶ୍ୱରେ ଜଣାଶୁଣା। ଦେଶରେ ଏମିତି ଅନେକ ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଅନେକ ଲୋକ ଜାଣି ନାହାନ୍ତି। ବିଶେଷକରି ଭାରତୀୟ ମନ୍ଦିରମାନଙ୍କର ଗର୍ଭଗୃହରେ ଅନେକ ରହସ୍ୟ ଲୁଚି ରହିଥାଏ। ମଧ୍ୟ ପ୍ରଦେଶ ଶାଜାପୁରରେ ଏମିତି ଏକ ମନ୍ଦିର ଅଛି। ଶାଜାପୁର କାଲିସିଂଘ ନଦୀ ତଟରେ ରହିଛି ଏହି ମନ୍ଦିର। ଏହି ମନ୍ଦିରରେ ଲୋକେ ଘିଅ କିମ୍ବା ତେଲ ଦୀପ ଜାଳନ୍ତି ନାହିଁ ବରଂ ପାଣିରେ ଦୀପ ଜାଳନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ ଯେ ପାଣିରେ କିଭଳି ଦୀପ ଜଳିବ। ଏହି ମନ୍ଦିରର ଚମତ୍କାରିତା ହିଁ ସେୟା।

{"id":508349,"sizeSlug":"full","linkDestination":"none"}

ମଧ୍ୟ ପ୍ରଦେଶ ଶାଜାପୁର ସ୍ଥିତ ଏହି ମନ୍ଦିର ଗଡିୟାଘାଟ ମାତା ମନ୍ଦିର ଭାବେ ପ୍ରସିଦ୍ଧ। ବିଗତ ୫ ବର୍ଷ ହେଲା ଏହି ମନ୍ଦିରରେ ଅଖଣ୍ଡ ଦୀପ ଜଳୁଛି। ଆଶ୍ଚର୍ଯ୍ୟର କଥା ହେଉଛି ଲୋକେ ଏଠାରେ ଘିଅ କିମ୍ବା ତେଲରେ ଦୀପ ଜାଳନ୍ତି ନାହିଁ ବରଂ କାଲିସିଂଘ ନଦୀ ପାଣିରେ ଦୀପ ଜାଳନ୍ତି।

{"id":508350,"sizeSlug":"full","linkDestination":"none"}

କୁହାଯାଏ ଯେ ଦୀପରେ କାଲିସିଂଘ ନଦୀର ପାଣି ପକାଇବା ପରେ ତାହା ତେଲ ଭଳି ତେଲିଆ ହେଇଯାଏ ଯେଉଁଥିପାଇଁ ଦୀପ ଜଳିଥାଏ। ଏହି ମନ୍ଦିରରେ ପାଣିରେ ଦୀପ ଜଳିବା ଘଟଣା କୌଣସି ଚମତ୍କାରଠୁ କମ ନୁହେଁ। ତେବେ ଏହି ମନ୍ଦିରରେ କେବେଠାରୁ ଓ କିଭଳି ପାଣିରେ ଦୀପ ଜଳୁଛି ତାହା କେହି ଜାଣିନାହାନ୍ତି। ଏହା ଆଜି ବି ରହସ୍ୟ ଘେରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.