ସୋନାଗାଚ୍ଛିର ଅନ୍ଧ ଗଳିରେ ବିକି ଦେଇଥିଲା ଦେହ ଦଲାଲ: ମୁକ୍ତି ପରେ ନାବାଳିକାକୁ ମିଳିଲା ନ୍ୟାୟ, ଐତିହାସିକ ରାୟରେ ୯ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

Published By : Prameya-News7 Bureau | November 25, 2020 IST

ଚେନ୍ନାଇ ୨୫।୧୧: ମାନବ ଚୋରା ଚାଲାଣରୁ ଉଦ୍ଧାର  ହୋଇଥିବା ଜଣେ ନାବାଳିକ କ୍ଷତିପୂରଣ ବାବଦରେ ସର୍ବାଧିକ ୯ ଲକ୍ଷ ଟଙ୍କା ପାଇଛନ୍ତି। ଏହା ଦେଶରେ ଏକ ଐତିହାସିକ ଘଟଣା ଯେଉଁଠି ଜଣେ ନାବାଳିକାଙ୍କୁ ମୋଟା ଅଙ୍କର କ୍ଷତିପୂରଣ ମିଳିଛି। ଓକିଲ କହିଛନ୍ତି ଦେଶରେ ପୀଡିତାଙ୍କୁ କ୍ଷତିପୂରଣ ନେଇ ରହିଥିବା  ଯୋଜନା ମଧ୍ୟରେ ଏହା ଏକ ବିରଳ ଘଟଣା।  ପୂର୍ବ ଓଡିଶାର ଏହି ନାବାଳିକାଙ୍କୁ ଯେବେ ୧୩ ବର୍ଷ ବୟସ ହୋଇଥିଲା ସେ ଚୋରାଚାଲାଣର ଶିକାର ହୋଇଥିଲେ। ପରେ ଭାରତର ସବୁଠୁ ରେଡ୍‌ ଲାଇଟ୍‌ ଅଞ୍ଚଳ କୋଲକାତାର ସୋନାଗାଚ୍ଛିରେ ତାଙ୍କୁ ବିକ୍ରି କରାଯାଇଥିଲା।

୨୦୧୬ରେ ନାବାଳିକାଙ୍କୁ ମାନବ ଚାଲାଣ ବିରୋଧୀ ଅପରେସନରେ ଉଦ୍ଧାର କରାଯାଇ ସୁଧାର ଗୃହରେ ରଖାଯାଇଥିଲା। ସେଠାରେ ସେ ରହିବା ସହ ପାଠ ପଢା ଜାରି ରଖିଛନ୍ତି। ନାବାଳିକାଙ୍କୁ ବର୍ତ୍ତମାନ ୧୭ ବର୍ଷ ବୟସ। ଗତ ସପ୍ତାହରେ ପଶ୍ଚିମବଙ୍ଗର ଏକ କୋର୍ଟ ଦ୍ଵାରା ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ମାମଲାରେ ସେ ତିନି ଜଣ ସନ୍ଦିଗ୍ଧଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ। ଓକିଲ କହିଛନ୍ତି ଜଣେ ନାବାଳକ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ବାକି ଦୁଇ ଜଣଙ୍କ ବିରୋଧରେ ଶୁଣାଣି ଜାରି ରହିଛି।

ମାନବ ଚାଲାଣରୁ ଉଦ୍ଧାର ହୋଇଥିବା ଏକ ପ୍ରତିଶତରୁ କମ ପୀଡିତାଙ୍କୁ ଏହି ପରି କ୍ଷତିପୂରଣ ମିଳି ପାରିଛି। ଜାନୁଆରୀ ମାସରେ ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଦେଶର ବିଭିନ୍ନ ରାଜ୍ୟକୁ ଦିଆଯାଉଥିବା ଏହି ରାଶିକୁ ୧ ଲକ୍ଷରୁ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଓକିଲ ସପ୍ତର୍ଷୀ ବିଶ୍ଵାସ କହିଛନ୍ତି, ପୀଡିତାଙ୍କ ବୟସ, ଭବିଷ୍ୟତର ସମ୍ଭାବନା ଏବଂ ନିଜ ଜୀବନ ପୁଣି ଥରେ ଗଢି ତୋଳିବାର ଆବଶ୍ୟକତା ରହିଛି। ଯେବେ କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରାଗଲା, ଏହି ବିଷୟରେ ଧ୍ୟାନ ଦିଆଯାଇଥିଲା। ଅଦାଲତରେ ଶୁଣାଣି ବେଳେ ଏହି ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା ଯାହା ଶୁଣାଣିରେ ଗୁରୁତ୍ଵପୂର୍ଣ୍ଣ ରହିଥିଲା।

ଆଡଭୋକେଟ୍ କହିଛନ୍ତି, କ୍ଷତିପୂରଣର ଯୋଜାନ ବିଷୟରେ ସଚେତନ ଏବଂ ପୀଡିତାଙ୍କୁ ଦାବି ବିଷୟରେ କମ ଜ୍ଞାନ, ଅପରାଧଠୁ ନେଇ ପୁଲିସର ତଦନ୍ତ, ସହଯୋଗ ଓ ଅଦାଲତରେ ସାକ୍ଷ୍ୟ ପର୍ଯ୍ୟନ୍ତ ଏତେ ଲମ୍ବା ପ୍ରକ୍ରିୟାର ଅର୍ଥ ଦେଶରେ ଅଧିକାଂଶ ମାନବ ଚାଲାଣ କରୁଥିବା ଅପରାଧୀ ବଞ୍ଚି ଯାଉଛନ୍ତି।

କୋଲକାତା ସେଲଟର ହୋମର ନିର୍ଦ୍ଦେଶକ ବସବି ରୋଜାରୀ କହିଛନ୍ତି, ନାବାଳିକା ଜଣକ କ୍ଷତିପୂରଣ ବାବଦ ଅର୍ଥକୁ ସେ ନିଜର ଘର ନିର୍ମାଣ ଓ ଉଚ୍ଚ ଶିକ୍ଷା ହାସଲରେ ଖର୍ଚ୍ଚ କରିବାକୁ ଚାହାନ୍ତି। ସେ ନିଜର ପରିବାର ସହ ଯୋଗାଯୋଗ ହରାଇ ସାରିଛି ଏବଂ ସ୍ଵାଧୀନ ଭାବେ ଜୀବନ ଅତିବାହିର କରିବାକୁ ଚାହୁଁଥିବା ରୋଜାରୀ କହିଛନ୍ତି।

ଗତ ବର୍ଷ ଭାରତରେ ମାନବ ଚାଲାଣର ପ୍ରାୟ ୨୨୬୦ ମାମଲା ସାମ୍ନାକୁ ଆସିଥିଲା। ଏଥିରୁ ୧୦ ଜଣଙ୍କ ମଧ୍ୟରୁ ନଅ ଜଣ ଯୌନ ଶୋଷଣର ଶିକାର ହୋଇଥିଲେ। ଏହି ମାମଲାରେ ୬,୬୧୬ ପୀଡିତା ସାମିଲ ଥିଲେ। ଏଥିରୁ ୪୪ ପ୍ରତିଶତ ଶିଶୁ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.