Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ସ୍ଥିତି ଅନୁଧ୍ୟାନ କରିବେ ୭ ଜଣିଆ ସ୍ବତନ୍ତ୍ର ଟିମ୍

10/05/2020 at 10:14 AM

ଭୁବନେଶ୍ବର ୧୦।୫: ଗଞ୍ଜାମ ଜିଲ୍ଲାରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲାଣି । ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ କେହି ହେଲେ ବି ସୁସ୍ଥ ହୋଇନାହାନ୍ତି । ରାଜ୍ୟ ସର୍ବାଧିକ ସଂକ୍ରମିତ ଏହି ଜିଲ୍ଲାର । ତେଣୁ ରାଜ୍ୟ ସରକାରଙ୍କ ପାଇଁ ଗଞ୍ଜାମ ଜିଲ୍ଲା ଚିନ୍ତା ବଢାଇଛି ।

ଗଞ୍ଜାମ ଜିଲ୍ଲାକୁ ୭ ଜଣିଆ ସ୍ବତନ୍ତ୍ର ଟିମ୍ ପଠାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏହି ୭ ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମ୍ ସେଠାରେ କଣ୍ଟେନମେଣ୍ଟ, ସର୍ଭେଲାନ୍ସ ଏବଂ ମେଡିକାଲ ରେସପନ୍ସର ଅନୁଧ୍ୟାନ କରିବେ । ଏହି ଟିମ୍ ରେ WHO, ICMR, RMRCର ପ୍ରତିନିଧି ରହିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

   Related Posts