ଫୋନିରେ କ୍ଷତିଗ୍ରସ୍ତ ବାଲିଅନ୍ତା ଓ ବାଲିପାଟଣା ଅଂଚଳ ବୁଲି ଦେଖିଛନ୍ତି ବିଶ୍ୱବ୍ୟାଙ୍କର ଚାରିଜଣିଆ ପ୍ରତିନିଧ ଦଳ
27/05/2019 at 1:28 PM

ବାଲିଅନ୍ତା ୨୭/୫ : ବିଶ୍ବବ୍ୟାଙ୍କର ଏକ ଚାରିଜଣିଆ ପ୍ରତିନିଧଦଳ ବାଲିପାଟଣା ଏବଂ ବାଲିଅନ୍ତାର ଫନି କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି । ଚାରିଜଣିଆ ପ୍ରତିନିଧଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଖୋର୍ଦ୍ଧ। ଜିଲ୍ଲାର ସରକାରୀ ଅଧତ୍କାରୀଙ୍କ ସହ ବାଲିପାଟଣା ଏବଂ ବାଲିଅନ୍ତା ଅଂଚଳ ବୁଲି ଦେଖିଛନ୍ତି ।

ଏକ ଜଣିକିଆ ବିଶ୍ବକ୍ୟାଙ୍କ ପ୍ରତିନିଧି ଦଳ ବାଲିଅନ୍ତା ବ୍ଲକର ପୁରଣ ପଧାନ, ଏରକଂଟା, ସରକଣା, ପ୍ରତାପରୁଦ୍ରପୁର, ଜୟଦେବର ମୁଗ ଚାଷି, ଧାନ ଚାଷି, ପରିବା ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଫନିରେ ଘଟିଥିବା କ୍ଷୟକ୍ଷତିର ଟିକିନିଖି ବୁଲି ଦେଖିଥିଲେ । ବାତ୍ୟାରେ ପ୍ରାୟ ଶତକଡା ୯୫ ଭାଗ ଫସଲହାନି ହୋଇଥିବା ଚାଷୀମାନେ ପ୍ରତିନିଧଦଳଙ୍କୁ କହିଥିଲେ ।

ଅନ୍ୟ ଏକ ତିନିଜଣିଆ ବିଶ୍ବବ୍ୟାଙ୍କ ପ୍ରତିନିଧଦଳ ବାଲିଅନ୍ତା ଏବଂ ବାଲିପାଟଣାର ବିଭିନ୍ନ ଅଂଚଳରେ ବାତ୍ୟାଦ୍ବାରା କ୍ଷତିଗ୍ରସ୍ତ ମେଣ୍ଢା ଚାଷୀ, ଛେଳି ଚାଷୀ, ମାଛଚାଷୀ, ଗାଈ ଚାଷୀ ମାନଙ୍କର କ୍ଷୟକ୍ଷତିକୁ ବୁଲି ଦେଖିଥିଲେ । ବାଲିପାଟଣା ବ୍ଲକ ଆଇତଳଙ୍କ ଗ୍ରାମର ଛେଳି, ଗାଈ, ମେଣ୍ଢା ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।

ସରକାରଙ୍କ ପକ୍ଷରୁ କଣ ସବୁ ସାହାର୍ଯ୍ୟ ସହଯୋଗ କରାଯାଇଛି ସବୁକିଛି ପଚାରି ବୁଝିଥିଲେ । କେଉଁଭଳି ପଦକ୍ଷେପ ନିଆଗଲେ ସେମାନଙ୍କ ଅବସ୍ଥାରେ ସୁଧାର ଆସିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସମସ୍ତ କ୍ଷତିଗ୍ରସ୍ତଙ୍କର ବିବରଣୀ ସରକାରଙ୍କୁ ଜଣାଇଦିଆଯିବ ଏବଂ ଆବଶ୍ୟକୀୟ ସହଯୋଗ କରାଯିବାର ବ୍ୟବସ୍ଥାର ପ୍ରୟାସ କରାଯିବ ବୋଲି କହିଥିଲେ ।
