ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ତଦାରଖ ପାଇଁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଟିମ୍ ଗଠନ

Published By : Prameya-News7 Bureau | May 06, 2020 IST

ଭୁବନେଶ୍ବର ୬।୫ : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ତେବେ ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ  କରୋନା ସ୍ଥିତି ତଦାରଖ ପାଇଁ ଦୁଇ ଜଣିଆ ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ଟିମ୍ ରେ ଦୁଇ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଆରଏମଆରସି ଭୁବନେଶ୍ବରର ବୈଜ୍ଞାନିକ ଜୟସିଂହ ଖତ୍ରି ଏହି ଟିମ୍ ରେ ରହିଛନ୍ତି । ଏହି ଦୁଇ ଜଣ ଅଧିକାରୀ ଗଞ୍ଜାମ ଜିଲ୍ଲାରେ କିଭଳି କରୋନା ସ୍ଥିତି ରହିଛି ଏବଂ କରୋନା ମୁକାବିଲା ପାଇଁ କଣ କଣ ପଦକ୍ଷେପ ନିଆଯାଉଛି ତାର ତଦାରଖ କରିବେ ।

{"id":265544,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ଜିଲ୍ଲାରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୬ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ସେହିପରି ୬୦ଜଣ ସୁସ୍ଥ ହୋଇସାରିଥିବା ବେଳେ ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.