ଭାରତରେ ଏବର୍ଷ ୭.୭ ପ୍ରତିଶତ ବୃଦ୍ଧି ହେବ ଦରମା, ଜାଣନ୍ତୁ କେଉଁ କ୍ଷେତ୍ରରେ...

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ, ୨୩/୦୨: ଭାରତୀୟ କମ୍ପାନୀ ଚଳିତ ବର୍ଷ ଅର୍ଥାତ୍‌ ୨୦୨୧ରେ କର୍ମଚାରୀଙ୍କ ଦରମାରେ ପାଖାପାଖି ୭.୭ ପ୍ରତିଶତ ବୃଦ୍ଧି କରିବେ । ଯାହାକି ବ୍ରିକ୍‌ ( ବ୍ରାଜିଲ୍‌, ଋଷ୍‌, ଭାରତ ଏବଂ ଚୀନ୍‌) ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ । ଏକ ସର୍ଭେର ରିପୋର୍ଟରୁ ଏହା ଜଣାପଡ଼ିଛି । ପୂର୍ବବର୍ଷ କର୍ମଚାରୀମାନଙ୍କ ଦରମାରେ ହୋଇଥିବା ୬.୧ ପ୍ରତିଶତ ବୃଦ୍ଧିଠାରୁ ଏହା ଅଧିକ । ବୈଷୟିକ ପେଶାଦାର୍‌ ସେବା କମ୍ପାନୀ ଏୱାନ୍‌ ପିଏଲ୍‌ସି ମଙ୍ଗଳବାର ଭାରତରେ ବେତନ ବୃଦ୍ଧି ଉପରେ ତାଜା ରିପୋର୍ଟ ପ୍ରକାଶ କରିଛି ।

ଏହି ସର୍ଭେରେ ସାମିଲ୍‌ ହୋଇଥିବା ୮୮ ପ୍ରତିଶତ କମ୍ପାନୀ କହିଛନ୍ତି ଯେ, ସେମାନେ ନିଜ ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନେଇ ଇଚ୍ଛା କରିଛନ୍ତି । ୨୦୨୦ରେ ଏପରି ମନୋଭାବ ରଖିଥିବା କମ୍ପାନୀଙ୍କ ସଂଖ୍ୟା ୭୫ ପ୍ରତିଶତ ରହିଥିଲା । ଏହି ସର୍ଭେରେ ୨୦ ଉଦ୍ୟୋଗ କ୍ଷେତ୍ରର ୧,୨୦୦ରୁ ଅଧିକ କମ୍ପାନୀଙ୍କ ରାୟକୁ ସାମିଲ୍‌ କାରାଯାଇଛି । ଏଥିରେ ବେତନ ବୃଦ୍ଧି କରାଯିବା ନେଇ ଭଲ ସଙ୍କେତ ମିଳିଛି ।

ଏୱାନ୍‌ କମ୍ପାନୀର ଭରତର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ନୀତିନ୍‌ ସେଠିଙ୍କ କହିବା ମୁତାବକ ନୂଆ ଶ୍ରମ ଆଇନ୍‌ରେ ବେତନକୁ ନେଇ ପ୍ରସ୍ତାବତି ପରିଭାଷାରେ କମ୍ପାନୀର ଗ୍ରାଚ୍ୟୁଟି, ଛୁଟି ବଦଳରେ ଟଙ୍କା ଏବଂ ଭବିଷ୍ୟ ନିଧି ପାଇଁ ଉଚ୍ଚ ପ୍ରାବଧାନ କରିବାର ଆବଶ୍ୟକତା ରହିଛି । ଶ୍ରମ ଆଇନ୍‌ର ବ୍ୟବସାୟିକ ପ୍ରଭାବକୁ ଆକଳନ କରି କମ୍ପାନୀମାନେ ସେମାନଙ୍କର ବେତନ ବଜେଟ୍‌ ପ୍ରସ୍ତୁତ କରିବେ ବୋଲି ଶ୍ରୀ ସେଠି କହିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.